Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Inspirational

4  

Durjyodhan Barik

Inspirational

ଭିଟାମାଟି

ଭିଟାମାଟି

1 min
327



ହାତ ଠାରି କହେ ଚାଳଘର ମୋର

ପଡିଥାରେ ବାବୁ ଏଠି,

ଏଇଠି ରହିବୁ  ଯିବୁନି ଦାଦନ

ଏଇ ତୋର ଭିଟାମାଟି ।


ଯେଉଁଠି ଜନ୍ମିଲେ ମୋ ପୂର୍ବ ପୁରୁଷ

ସେହି ମୋର ଜନ୍ମମାଟି,

ସେଠାରେ ଜଳିଲା ଏନ୍ତୁଡ଼ି ମୋହର

ପୂଜା କରା ଗଲା ଷଠି ।


ସେହି ସ୍ଥାନ ମୋର ଅଟେ ପୂଣ୍ୟ ପୀଠ

ପୂର୍ବଜଙ୍କ ଆତ୍ମାଭରା,

ସେଇଠି ବଢ଼ିଛି ଫୁଲିଛି ଫଳିଛି

ସେଇଠି ମରିବି ପରା ।


ପୂର୍ବଜ ଆଶିଷ ଅତୁଟ ବିଶ୍ୱାସ

ଯେଉଁଠାରେ ଅଛି ରହି,

ସେ ଆଶିଷ ମୋର ଜୀବନେ ଆଧାର

ସୁଖରେ ଚଳିବା ପାଇଁ ।


ସେହି ସ୍ଥାନ ଅଟେ  ଅତୀବ ପବିତ୍ର

ନଇଁ ଯାଉଥାଏ ମଥା,

ସେହି ସ୍ଥଳେ କିଛି ଅଘଟଣ ହେଲେ

ହୃଦୟେ ଲାଗଇ ବ୍ୟଥା ।


ଭିଟାମାଟି ମୋର ସ୍ଵର୍ଗଠୁଁ ସୁନ୍ଦର

ସେହି ମୋର ପୂଣ୍ୟଭୂଇଁ,

ତ୍ୟାଗ କରିବିନି ଭିଟାମାଟି କେବେ

ସୁଖରେ ରହିଛି ତହିଁ ।



Rate this content
Log in

Similar oriya poem from Inspirational