STORYMIRROR

Alekha Pasad Moharana

Inspirational

4  

Alekha Pasad Moharana

Inspirational

ବାପା ଡାକରେ

ବାପା ଡାକରେ

1 min
342


ବାପା ଡାକ ରେ ଅମୃତ ଭରେ ରେ

ଭାସେ ମନ୍ଦିର ମହକ

ଦରଦୀ ପ୍ରାଣର ଚଳନ୍ତି ସାନ୍ତ୍ଵନା

ଦିବ୍ୟ ପ୍ରେରଣା ପ୍ରତୀକ।


ହାଡ଼ଭଙ୍ଗା ତୁମ ସତ୍ୟନିଷ୍ଠ କର୍ମ

ସେବା ତ୍ୟାଗରେ ତ ତୃପ୍ତ

ସନ୍ତାନ ସୁଖର ଆଶାୟୀ ଆକାଂକ୍ଷା

ଅପ୍ରାପ୍ତିରେ ସଦା ପ୍ରାପ୍ତ ।


କୋଳେଇ ନେବାକୁ ପୁଣି ଥରେ ମୋର

ସେଇ ଆହତ ସ୍ବପ୍ନକୁ

କ୍ଲାନ୍ତିର ଦୁଃଖରେ ଚାଲିଆସ ବାରେ

ବ୍ୟାକୁଳେ ଖୋଜେ ତୁମକୁ।


ତୁମ କୋଳ ମୋର ଶାନ୍ତ ସ୍ନିଗ୍ଧ ଘର

ମାଗିବାକୁ ପଡ଼େ ନାହିଁ

ଭାଗ୍ୟ ଭବିଷ୍ୟତ ଭଣ୍ଡାର ପବିତ୍ର

ଆଶୀଷ ଝର ମୋ ପାଇଁ ।


କୋଟିଏ ଜନ୍ମର ପୁଣ୍ୟ ଆତ୍ମା ତୁମେ

ସନ୍ତାନର ଶୁଭ ଶଙ୍ଖ

ନୀଳ ସିନ୍ଧୁ ପରି ଦିବସ ଶର୍ବରୀ

ଧୋଇ ଦିଅ କେତେ ପାପ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational