Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational

4  

Pranati Panda

Inspirational

ସବୁଠୁ ସୁନ୍ଦର ସ୍ୱଚ୍ଛ ମୋ ଭାରତ

ସବୁଠୁ ସୁନ୍ଦର ସ୍ୱଚ୍ଛ ମୋ ଭାରତ

1 min
324



ଶତ ପ୍ରଣିପାତ ଚିର ସ୍ମରଣୀୟ

ପୂଜ୍ୟ ଭାରତ ସନ୍ତାନ ,

ଗାନ୍ଧିଜୀ, ଶାସ୍ତ୍ରୀଜୀ ଶକ୍ତିର ପ୍ରତୀକ

ଭାରତ ପାଇଁ ମହାନ ।


ତାଙ୍କ ଆଦର୍ଶରେ ମୋ ଦେଶ ଭାରତ

ସାରା ବିଶ୍ବରେ ବିଦିତ ,

ତାଙ୍କ ପାଇଁ ଆଜି ସମଗ୍ର ବିଶ୍ଵରେ

ଭାରତ ଆଜି ଗର୍ବିତ ।


ଅତୀତ ଗୌରବ ଧରି ହୃଦପଟେ

ମନେ ଭରି ଦେଶ ପ୍ରୀତି ,

ସ୍ୱଚ୍ଛ ଭାରତର ଉନ୍ନତି ଚିନ୍ତନେ

ଆଣିବା ଦେଶ ପ୍ରଗତି ।


ନିର୍ଭୟର ସୁରେ କରିବା ଶପଥ

ଅଟଳ ସଂକଳ୍ପ ନେଇ ,

ଭାରତ ମାତର ସେବା କାର୍ଯ୍ୟେ ଆମେ

ଦେବାରେ ମନ ଲଗେଇ ।


ଅନେକ ସମସ୍ୟା ସାଜିବ ବାଧକ

ବେଳୁ ହେବା ସାବଧାନ ,

ହିଂସା, ଦ୍ଵେଶ ଭୁଲି କରିଯିବା କର୍ମ

ତେଜି ଗର୍ବ, ଅଭିମାନ ।


ପୂଜ୍ୟସ୍ପଦ ମୋର କବି ଓ ଲେଖକ

ଲେଖ ଲିଖିତ ଆହ୍ବାନ ,

ବାକ୍ୟ ବୀର ନୁହେଁ କର୍ମ ବୀର ହୋଇ

ବଢ଼ାଇବା ଦେଶ ମାନ ।


ଦେଶ ପ୍ରଗତିରେ କଳଙ୍କ କାଳିମା

ନିଶ୍ଚେ ହେବ ଦୂରୀଭୂତ ,

ସବୁଠୁଁ ସୁନ୍ଦର ସଙ୍କଳ୍ପର ସାଥେ

ଗଢ଼ିବା ସ୍ୱଚ୍ଛ ଭାରତ ।

       

      


Rate this content
Log in

Similar oriya poem from Inspirational