Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Inspirational

4.5  

Rama chandra Pradhan

Inspirational

ଆମ ବାପା

ଆମ ବାପା

1 min
341


ସମସ୍ୟା ପାହାଡ଼ ମୁଣ୍ଡରେ ମୁଣ୍ଡେଇ

ସଦା ଯିଏ ହସୁଥାଏ

ମହା ମେରୁ ସମ ଅଚଳ ଅସ୍ଥିର

ଆମ ବାପା ପରା ସିଏ l


ଜୀବନ ଯାତ୍ରାର ସେ ମହା ନାୟକ

କିଏ ହେବ ତାଙ୍କ ସମ

ଅନୁଶାସନର ଜ୍ୱଳନ୍ତ ଦୃଷ୍ଟାନ୍ତ

ଭରସାର ମହାଦ୍ରୁମ l


ଦୁଃଖ କଷ୍ଟର ସେ ଅମୁଲ୍ୟ ରତନ

କଥା ତାଙ୍କ ମିଠା କ୍ଷୀରି

ହୃଦୟ ଆକାଶେ ଉଜ୍ଜଳ ନକ୍ଷତ୍ର

ସିଏ ପରିବାର ଶିରୀ l


ମର୍ତ୍ତ୍ୟଜଗତର ମଉଡମଣି ସେ

ପ୍ରେରଣାର ମହାଉତ୍ସ

ସତ୍ୟ ଧର୍ମ କର୍ମ ପ୍ରତିଟି କ୍ଷେତ୍ରରେ

ସିଏ ସବୁଠାରୁ ଉଚ୍ଚ l


ରଙ୍ଗହୀନ ଆମ ଜୀବନ ପୃଷ୍ଠାର

ସେ ସଫଳ ଚିତ୍ରକାର

ଶବ୍ଦ ତ ନୁହଁନ୍ତି ଭିନ୍ନ ଏକ ସଂଜ୍ଞା

ନୀତି ଆଉ ଆଦର୍ଶର l


ଆମ ଅସ୍ତବ୍ୟସ୍ତ ମନ ବଗିଚାର

ଅଟନ୍ତି ସେ ମହୌଷଧି

ଆଶୀର୍ବାଦର ସେ ଦିବ୍ୟ କବଚଟେ

ତାଙ୍କ ପାଇଁ ସର୍ବସିଦ୍ଧି l


ପ୍ରଥମ ଈଶ୍ୱର ପଥ ପ୍ରଦର୍ଶକ

ତ୍ୟାଗର ମହାସାଗର

ବ୍ୟକ୍ତି ନୁହଁନ୍ତି ସେ ବିରଳ ବ୍ୟକ୍ତିତ୍ୱ

ନାହିଁ ତାଙ୍କ ପଟ୍ଟାନ୍ତର l



Rate this content
Log in

Similar oriya poem from Inspirational