STORYMIRROR

Ambuja Mohanty

Inspirational Others

4  

Ambuja Mohanty

Inspirational Others

ଦୁର୍ଗାଙ୍କ ନବସ୍ୱରୁପ

ଦୁର୍ଗାଙ୍କ ନବସ୍ୱରୁପ

1 min
307

ଜୟମା ଜନନୀ ଦୁଃଖହାରିଣୀ ଅଭୟ ଶକ୍ତି ପ୍ରଦାୟିନୀ

ସିଂହବାହିନୀ ଦୁଷ୍ଟସଂହାରିଣୀ ପରଂବ୍ରହ୍ମ ସ୍ବରୂପିଣୀ ।।


ଯେବେ ସୃଷ୍ଟିରେ ପଡ଼ିଥିଲା ତୀବ୍ରଆକୁଳ ହାହାକାର

ଅବତାର ନେଇ ମହୀରେ କରିଲୁ ମହିଷାସୁର ସଂହାର ।।


ନବରାତ୍ରୀରେ ନବରୂପରେ ପୂଜାପାଉ ତୁଲୋ ମାଆ

କରୁଣା ଚକ୍ଷୁରେ ଅଳିକ ଜନରେ ହେଉଥା ସର୍ବଦା ସାହା ।।


ପ୍ରଥମ ଦିବସେ ପାଇଥାଉ ତୁହି ଶୈଳପୁତ୍ରୀ ରୂପେ ପୂଜା

ନନ୍ଦୀ ବାହାନେ ଶୋଭା ପାଉ ପୁଣି ହସ୍ତେ ତ୍ରିଶୂଳ ସଜା ।।


ଦ୍ଵିତୀୟ ଦିବସେ ବ୍ରହ୍ମଚାରିଣୀ ରୂପରେ ତୁହି ବିରାଜୁ

ହସ୍ତେ କମଣ୍ଡଳୁ ବୈରାଗ୍ୟ ରୂପେ ଧରିତ୍ରୀରେ ଶାନ୍ତି ବାଣ୍ଟୁ ।।


ତୃତୀୟ ଦିବସେ ମାଆ ଚନ୍ଦ୍ରଘଣ୍ଟା ଅଟଇ ତୋହରି ରୂପ

ଶୀତଳ ସୌମ୍ୟ ତୋହ କାନ୍ତିରେ ଧରା ହୁଏ ଉନ୍ମାଦିତ ।।


ଚତୁର୍ଥ ଦିବସ ମାଆ କୁଷ୍ମଣ୍ଡା ରୂପେ ହେଲୁ ବିରାଜିତ

ଅଷ୍ଟଭୁଜାପୁଣି ବ୍ୟାଘ୍ର ଵାହାନେ ଜନମଣ୍ଡଳେ ଚର୍ଚ୍ଚିତ ।।


ପଞ୍ଚମୀ ତିଥିରେ ତୁହିଁ ମା ସ୍କନ୍ଦମାତା ରୂପେ ବିଦ୍ୟମାନ

ଲଢ଼ିଯାଉ ବିପଦେ ସନ୍ତାନ ଯେବେ କରେ ତତେ ଆବାହନ ।।


ଷଷ୍ଠ ଦିବସରେ ମାତା କାତ୍ୟାୟନୀ ରୂପେ ତୁହି ଖ୍ୟାତ

ଏହି ରୂପେ ତ୍ରିଦେବୀଙ୍କ ଶକ୍ତି ହୁଏ ତୋଠାରେ ସମ୍ମିଳିତ ।।


ସପ୍ତମ ଦିବସେ ବିରାଜୁ ତୁହି କାଳରାତ୍ରି ସ୍ୱରୁପରେ

ଶୁମ୍ଭ ନିଶୁମ୍ଭ ସଂହାରି ଆରମ୍ଭ କରିଥିଲୁ ଶାନ୍ତି ଧରାରେ ।।


ଅଷ୍ଟମ ଦିବସେ ମହାଗୌରି ସ୍ୱରୂପରେ ତୁହି ଜାତ

ଗଙ୍ଗା ସ୍ନାହାନରେ କାଳରାତ୍ରି ମା ହେଲୁ ତୁହି ଆଲୋକିତ ।।


ନବମ ଦିବସେ ମାତା ସିଦ୍ଧିଦାତ୍ରି,ଅଷ୍ଟସିଦ୍ଧି ତୁମେ ସିଞ୍ଚ

ଅର୍ଦ୍ଧନାରିଶ୍ୱର ସ୍ଵରୁପ ତୁମ୍ଭର ପ୍ରଦାନ କରେ ମନୋବାଞ୍ଛ ।।


ମହିଷାମର୍ଦ୍ଦିନୀ ଦୈତ୍ୟବିନାଶିନୀ ଅଟୁ ତୁ ବିଶ୍ବଜନନୀ

ବିଜୟାଦଶମୀ ପୁଣ୍ଯତିଥିରେ ଆସିଛି ଆସ୍ପୃହା ମୋ ଘେନି ।।


ଦିଅ ଆଶିଷ ବାରେ ମାତା ଆଜି ପୁଣି ଦୈତ୍ୟବିରାଜିତ,

ଦୁର୍ଗାରୂପରେ ମହିମଣ୍ଡଳେ ଆସି କର ଜୀବନ ପ୍ଲାବିତ।।


Rate this content
Log in

Similar oriya poem from Inspirational