STORYMIRROR

Priyabrata Mohanty

Inspirational

4  

Priyabrata Mohanty

Inspirational

ଧନ୍ୟ ଆମ ସଂସାର

ଧନ୍ୟ ଆମ ସଂସାର

1 min
369

ବାହା ବାହାରେ ସଂସ୍କାର

ଧନ୍ୟ ଆମ ସଂସାର ।।୦।।


ଆତ୍ମସ୍ୱାର୍ଥରେ ଗୁଡେଇ ଯାଇ

ହୋଇଛି ଯେ ସ୍ୱାର୍ଥପର,

କ୍ଷମତା ବଳେ ଉନ୍ମାଦ ହୋଇ

ଭୁଲିଛି ଆପଣା ପର ।୧।


ତୁଚ୍ଛ ଶାସନ ଚାଲିଛି ଏଠି

ନେତା ସବୁ ଟାଉଟର,

ଭୋକ ଉପାସେ ମରେ କୃଷକ

ପିନ୍ଧୁଛି ଦଉଡି ହାର ।୨।


ମାଗଣା ଦ୍ରବ୍ୟ ପାଇବା ପାଇଁ

ଲାଗେ ଲୋକଙ୍କ ବଜାର,

ସମାଜ ସେବା ପାଇଁ କାହାରି

ଯାଏ ନା କେବେ ନଜର ।୩।


କର୍ତ୍ତବ୍ୟ ଭୁଲି ମାନବ ନିଜ

ବଖାଣୁଛି ଅଧିକାର,

ନିଜ କରମ ନିଜେ ନକରି

ଦୋଷ ଦିଏ ଜନତାର ।୪।


ପଶ୍ଚିମା ବାଆ ବହୁଛି ଦେଶେ

ଶୂଳି ଚଢେ ସଂସ୍କାର,

ପରମ୍ପରାକୁ ପାସୋରି ଯାଇ

ଘୋଡେ ବିଦେଶୀ ଚାଦର ।୫।


ଗାଆଁ ହେଉ ଅବା ସହର

ଲାଗୁନି ଜମା ସୁନ୍ଦର,

ପ୍ରେମ ହେଉ ବା ଆଦର

ସବୁଠି ଚାଲେ ବ୍ୟପାର ।୬।


ସ୍ନେହ ପ୍ରେମରେ ବାନ୍ଧ ଯେ ଡୋରି

ଛାଡି ଦିଅ ଅହଂକାର,

କରୁଣା ଧାରା ହୃଦୟେ ରଖି

ଗଢରେ ନିଜ ସଂସାର ।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational