STORYMIRROR

Amulya Kumar Nayak

Inspirational

4  

Amulya Kumar Nayak

Inspirational

ବଡ ଦିଅଁ ବଡ ସ୍ନାନ

ବଡ ଦିଅଁ ବଡ ସ୍ନାନ

1 min
317

ଅନା ଲୋ ଅନା ସୁନୟନା

ଦିଶୁଛି କାଳିଆ ସୁନା

ସ୍ନାନ ମଣ୍ଡପେ ସ୍ନାହାନ

ସାଥେ ଗରାବଡୁ ନନା ।।


ସୁନା କୁଅ ସୁନା ପାଣି

ସ୍ନାନ କରେ ବେଣୁପାଣି

ସାଥେ ଛନ୍ତି ବଡଭାଇ

ପୁଣି ସୁଦର୍ଶନ ଗୋସେଇଁ ।।


ଭଗ୍ନୀ ସୁଭଦ୍ରାକୁ ଦେଖି

ଆଖି ତୋର ଯିବ ଲାଖି

ଦ୍ୱାବିଂଶ କଳସୀ ଜଳ

ଢାଳି ହୋନ୍ତି ସୁଶୀତଳ ।।


ଜଗା ସ୍ନାନେ ପଞ୍ଚତ୍ରିଂଶ

ବଳଭଦ୍ରଙ୍କୁ ତେତିଶ

ସୁଦର୍ଶନେ ଅଷ୍ଟାଦଶ

ତା'ପରେ ଲୋ ହାତୀବେଶ ।।


ପୂର୍ଣ୍ଣମୀକୁ ପୂର୍ଣ୍ଣଚାନ୍ଦ

କି ଶୋଭା ଦିଶେ ମୁକୁନ୍ଦ

ଖିଲି ଖିଲି ହସେ କାଳିଆ

ଆକାଶେ ମୌସୁମୀ ବାଆ ।।


ଉର୍ଦ୍ଧ୍ୱମୁଖା ଶୟନରେ

ଗୁଡ ପଣା ପିଇ ବାରେ

ପାଞ୍ଚ ଦିନ ପାଞ୍ଚ କଥା

ବୁଝିବେ ସ୍ୱର୍ଗର ବାର୍ତ୍ତା ।।


ବଡଦିଅଁ ବଡସ୍ନାନ

ଜ୍ୟେଷ୍ଠ ପୂର୍ଣ୍ଣମୀରେ ପୁଣ

କହିବା ଲୋ ମନ ଖୋଲି

ଦୂର କର ମହାମାରୀ ।।


ପକେଇ ସବୁ ଜଞ୍ଜାଳ

ବେଗି ବେଗି ଯିବା ଚାଲ

ଗଡିଲେ ଦର୍ଶନ ବେଳ

ସବୁ ହୋଇବ ବିଫଳ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational