STORYMIRROR

Sukadev Mahanta

Inspirational

4  

Sukadev Mahanta

Inspirational

ଜୀବନ ପରୀକ୍ଷା

ଜୀବନ ପରୀକ୍ଷା

1 min
388

ମଣିଷ ଜୀବନ        ଜଞ୍ଜାଳରେ ପୂର୍ଣ୍ଣ

   କେତେ ଯେ ପରୀକ୍ଷା ଦିଏ


ସେହି ପରୀକ୍ଷାରେ      ସଫଳତା ଆସେ

     ବିଫଳତା  କମ୍ ନୁହେଁ ।।


ବିଫଳତା ଦିଏ       ସଫଳ ହେବାର


    ଯେତେ ସବୁ ଅଛି ସୂତ୍ର


ସେହି ସୂତ୍ର ଯିଏ     ବୁଝିପାରେ ଥରେ

   

   ସଫଳତା ବିନ୍ଦୁ ମାତ୍ର ।।



ଯେଉଁ  ଜୀବନଟି         ପରୀକ୍ଷା  ଦେଇନି 

      

        ଜୀବନ ଚଲା ପଥରେ


ଜୀଇଁବାର ଯୋଗ୍ୟ       ନୁହେଁ ସେ ଜୀବନ


     ସକ୍ରେଟିସଙ୍କ ଭାଷାରେ ।।



ବିପଦ ଆପଦ         ଜାଣିଥିବ  ସର୍ବେ


      ଜୀବନ  ପରୀକ୍ଷା  ବେଳ


ବିପଦେ ନ ଡରି        ସତର୍କେ ଚଳିଲେ 

      

       ପାଶ ନ ମାଡିବ କାଳ।।



ବିପଦ ସମୟ        ସଠିକ ସମୟ 

     

      ଠିକ୍  ଭୁଲ୍  ବାଛିବାର


ବସ୍ତୁନିଷ୍ଠ  ପ୍ରଶ୍ନ       ସଠିକ  ଉତ୍ତର


      ଭୁଲ୍  ମଧ୍ୟୁ    ଖୋଜିବାର।।



ସମ୍ପଦ ବେଳର        ଯେ ସମସ୍ତ ସଖା 

      ବିପଦେ ନଥାଏ ଦେଖା


ତାକୁ ଯଦି ସଖା         ଗଣରେ  ଗଣିବା 

       ମିଳିବ କେବଳ ଧୋକା ।।



ଜନ୍ମରୁ ମରଣ          ଜୀବନ ଅବଧି

      ଅଟେ ପରୀକ୍ଷାରେ ପୂର୍ଣ୍ଣ 


ସମସ୍ତ ପରୀକ୍ଷା        ସାହସେ ଦିଏ ଯେ

        

     ଜୀବନ  ତା   ଅର୍ଥପୂର୍ଣ୍ଣ ।।



ମଣିଷ  ଜୀବନ        ମାପିବନି  କେବେ 

       

       ବର୍ଷ ମାସ ଦିନ ଦଣ୍ଡେ


ପ୍ରତିଟି   ମୁହୂର୍ତ୍ତ        ପରୀକ୍ଷା   ଦେବାର 

       

       କର୍ମ କରିବାର ସଙ୍ଗେ ।।



ଦଇବ  ଦଉଡି         ମଣିଷ  ତ  ଗାଈ 

      

        ଦଇବ   ଇଛାରେ   ଚଳେ


ଦୈବ  ଯେଉଁ  ଦିଗେ      ଟାଣଇ   ତାହାକୁ 

         

         ସେହି ଦିଗେ ଯିବ ଭଲେ।।



ଜୀବନ   ପଥରେ        ସଂସାର  ରଥରେ


          କାଳ  ଚକ୍ରଗତି  ଏହି

 

ସଂସାର  ଭିତରେ        ଘର  କରିଥିଲେ

           

         ପଥର  ପଡିଲେ  ସହି ।।



ସୁଖରେ    ମହମ        ବିପଦେ  ପାଷାଣ

      

        କରିଦିଅ   ତୁମ   ଛାତି    


ଜୀବନ   ଯାତ୍ରାରେ        ଯେତେ  ଯାହା  ଆସୁ


           ସହି ନିଅ ମଥା  ପାତି ।।



ସହନଶୀଳତା          ଅତି ଭଲ ଗୁଣ


        କ୍ଷମା  ତାହାଠୁ  ଉତ୍ତମ


ଦୟା ଧର୍ମ  ଭାବ         ସହ ହୃଦୟତା


        ମନେରଖି   କର  କର୍ମ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational