STORYMIRROR

Chandrasekhar Das

Inspirational

4  

Chandrasekhar Das

Inspirational

ବାପା

ବାପା

1 min
339

ଚରଣରେ ତୁମ ବନ୍ଦନା କରୁଛି

ତୁମେ ଇଷ୍ଟ ପ୍ରଭୁ ମୋର

ତୁମ ଆଶୀର୍ବାଦ ସଦା ରହିଥାଉ

ଶେଷ ଯାଏଁ ଜୀବନର   |

ତୁମ ପାଇଁ ଆଜି ଏଇ ସଂସାରରେ

ପରିଚୟ ଅଛି ମୋର

ଯେମିତି ଶିଳ୍ପୀର ହାତ ବାଜିଗଲେ

ମୂଲ୍ୟ ବଢେ ପଥରର    |

ତୁମ ହାତ ଧରି ଚାଲିବା ଶିଖିଲି

ଚାଲିଲି ଜୀବନ ବାଟ

ଯାହା ମାଗିଅଛି ତାହା ଦେଇଅଛ

କରିଛି ଯେବେ ଅଝଟ   |

ଝୁଣ୍ଟିବା ଆଗରୁ କୋଳେଇ ନେଇଛ

ହସ ମୁହେଁ ମୋର ଭରି

ହସେ ପରିବାର ତୁମ ବଳିଦାନେ

କେହି ନୁହେଁ ତୁମ ସରି   |

ଶିକ୍ଷା ସଂସ୍କାରର ଜ୍ଞାନ ଦେଇଅଛ

ତୁମେ ହିଁ ପ୍ରଥମ ଗୁରୁ

ଏତିକି କାମନା ମୋର କରେ ତୁମ

ସେବାରେ ଜୀବନ ସରୁ   |


Rate this content
Log in

Similar oriya poem from Inspirational