STORYMIRROR

ABADHOOT PANDA

Inspirational

4  

ABADHOOT PANDA

Inspirational

ଜୟ ମାଆ ଜଗଦମ୍ବେ

ଜୟ ମାଆ ଜଗଦମ୍ବେ

1 min
359

ଜୟ ମାଆ ଜଗଦମ୍ବେ

ହେ ମାଆ ଆଦି ମାତ ସର୍ବ ଦେବତାଙ୍କ ଆରାଧ୍ୟ ସୁମାତା

କଲ୍ୟାଣ ଆଶା ଆମର କରନ୍ତୁ ପୂରଣ ନସାଜି କୁମାତା

ଆଦି ଶଙ୍କରଙ୍କ ସ୍ତୋତ୍ର ପଢ଼ି କରୁଛୁ ସଦା ପ୍ରାର୍ଥନା

ଆମ ଶିରେ ଢାଳିଦିଅନ୍ତୁ ସାଜି ସୁମାତା ସଦା କରୁଣା


ହେ ଅଯୋନି ସମ୍ଭୂତା ମାତେ ହୁଅନ୍ତୁ ସଦୟ ଢାଳି ତଵ

ପୀୟୂଷ ସମ ସ୍ନେହପୂର୍ଣ୍ଣ କଲ୍ୟାଣଧାରା ବିଶ୍ୱ କୁମାରୀଗଣେ

ଉଦ୍ଧାର କରନ୍ତୁ ନାଶି କାମୁକ ମହିଷାରୂପୀ ପୁଙ୍ଗବ ଗଣେ

ସନ୍ତୁଳିତ କରନ୍ତୁ ମାତେ ରମ୍ୟ ଧରାପୃଷ୍ଠ କାମୁକତା ଉତ୍ପାଟନେ


ତବ ଆଗମନୀ ଅଗ୍ରଗାମୀ ସୂଚନା ଦିଏ ଆଜି ପ୍ରାଣେ ଉନ୍ମାଦନା

ଅପେକ୍ଷା ରତ ଧରି ଅର୍ଘ୍ୟ ଥାଳି ଆମେ କରିବାକୁ ତଵ ବନ୍ଦାପନା

ସ୍ୱାଗତମ ମାତେ କରୁଛୁ ପ୍ରାଣେ ବହି ବିଶ୍ୱଜନନୀ ଭାବ ଫଲ୍ଗୁ ଆମ

ପ୍ରକମ୍ପିତ କରନ୍ତୁ ଶାରଦୀୟ ଆସର ନିଷ୍ପାପ ହେଉ କ୍ଲୀଷ୍ଟ ଧରାଧାମ


ଏକବିଂଶ ଶତାବ୍ଦୀର ମହାମାରୀ ଆତଙ୍କ ଯାଉ ଅପସରି

ନକରନ୍ତୁ କେବେ ଊଣା ମାତେ ବର୍ଷାଇବାକୁ ତବ କରୁଣାବାରି

ଜନତାଜନାର୍ଦନ ବ୍ୟାଧି ସଂକଟେ ବିକଳ ଅତି ଆଜି ସାରା ବିଶ୍ୱେ

ତ୍ରାହି ତ୍ରାହି ଚିତ୍କାରେ ଫାଟି ପଡ଼ୁଛି ମେଦିନୀ ଅଜାତି ଭୂତାଣୁ ତ୍ରାସେ


ହେ ମାତେ ଶିବା! କରନ୍ତୁ କୃପା ବାରେ ତଵ ବିଶ୍ୱ ସନ୍ତାନ ଗଣେ

ନଯାଉ ଲିଭି ଆନନ୍ଦ କଲ୍ଲୋଳ କେବେ ସେମାନଙ୍କ ସୁଚିତ୍ତେ ଦିନେ 

ଭାତୃଭାବ ମାତୃଭାବ ଭଗ୍ନୀ ଭାବରାଜିରେ ପୁଲକିତ କର ମାତେ

ସମଗ୍ର ଆବାଳବୃଦ୍ଧବନିତାଗଣେ ଦେଇ ସଦବୁଦ୍ଧି ଚିର ଜାଗ୍ରତେ


ଏତିକି ବିନତି ମାତେ ତଵ ଶ୍ରୀ ଚରଣ ତଳେ ଘେନା କରନ୍ତୁ ଆମ

ହାର୍ଦ୍ଦିକ ପ୍ରଣତି ପୂଣ୍ୟତୋୟା ବସୁନ୍ଧରା ପାଲଟୁ ଏକ ବୈକୁଣ୍ଠ ଧାମ

ଧନଜନଗୋପଲକ୍ଷ୍ମୀ ଲୋଡ଼ୁନା ମାତେ କେବେ ତଵ ଆଶୀଷ ବିନା

ଦୀର୍ଘଜୀବୀ କରନ୍ତୁ ସଦା ଦେଇ ଆମକୁ ସୁସ୍ଥମାନସ ଆତ୍ମଗର୍ବ ବିନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational