STORYMIRROR

Shyam Sundar Biswal

Inspirational

4  

Shyam Sundar Biswal

Inspirational

ସବୁ ନୂଆ ନୂଆ ଏମିତି

ସବୁ ନୂଆ ନୂଆ ଏମିତି

1 min
337

ଶିଶୁ ନୂଆ ନୂଆ  କାନ୍ଦେ କୁଆଁ କୁଆଁ 

   କି' ଆନନ୍ଦ ବାପାମାଆ 

ନୂଆ ନୂଆ କଥା  ଲାଗେ ଭାରି ମିଠା 

   ସୁଆଦଠୁ ସୁଆଦିଆ ll


ନୂଆ ନୂଆ ବାହା  ସ୍ୱର୍ଗ ସୁଖ ଆହା 

   ପୁରୁଣା ହେଲେ ଅଡ଼ୁଆ 

ପଡ଼ିଲେ ଜୁଆଳି   ପୁଅ ବସେ ଭାଳି 

   ବାଡ଼ୁଅ କେଡ଼େ ବଢ଼ିଆ ll


ପିଲାଙ୍କ ଅଝଟ   ତାଙ୍କ ନଟଖଟ 

   ଅଧରେ ଦରୋଟି ଭାଷା 

ହେଲା ପରେ ବଡ଼  କଥା ଗଡ଼ବଡ଼ 

   ଲାଗେ ଭାରି ଲୋକହସା ll


ନୂଆ ନୂଆ ବନ୍ଧୁ  ଝରେ ଖାଲି ମଧୁ 

   କଥା ଲାଗେ ଭାରି ମିଠା 

ସବୁଠାରେ ଅତି   ନିଶ୍ଚେ ହୁଏ ଇତି 

   ଲେମ୍ବୁ ଚିପୁଡ଼ିଲେ ପିତା ll


ହେଲି ଯେବେ ବାପା  ଖୁସି କୁହ କିମ୍ପା 

   ହାତେ ସ୍ୱର୍ଗ ପାରିଜାତ 

ବଡ଼ ହୋଇ ପୁଅ   ଦିଏ ଯେବେ ଲୁହ 

   ଶୁଖେନି ମନର କ୍ଷତ ll


ନୂଆ ନୂଆ ଗାଡ଼ି   ଦିଏ ଝାଡ଼ି ଝୁଡ଼ି 

   ସତେ କି' ବାଡୁଅ ଶାଳୀ 

ଗଲେ କିଛି କାଳ  ଲାଗେ ସତେ କାଳ 

   ଲାଗେ ତିନି କୋଡ଼ି ବୁଢ଼ୀ ll


 ଶଳା,ଶାଶୁ,ଶାଳୀ   ଦେବ, ଦେବୀ, ପରୀ 

    ଲାଗନ୍ତି ନୂଆ ନୂଆରେ 

ଶ୍ୱଶୁରଙ୍କ ଘର    ଲାଗେ ଇନ୍ଦ୍ରପୁର 

    ଘରକୁ କିଏ ପଚାରେ? ll


ନୂତନ ପୋଷାକ   ଲାଗିଗଲେ ଦାଗ 

   ହୁଏ ମନ ଭାରି ଊଣା 

ହେଲେ ପୁରାତନ  ଛିଡ଼ିଯାଏ ମନ 

   ପୁରା, ଗୋଡ଼ପୋଛା କନା ll


ଯେବେ ଥିଲି ପିଲା  ଭଲ ଲାଗୁଥିଲା 

   ବାପାମାଆ ଭଗବାନ 

ହେଲା ପରେ ବଡ଼  କରିଦେଲି ଆଡ଼

   ଆଶ୍ରା ଅନାଥ ଭବନ ll


ନୂଆ ନୂଆ ପ୍ରେମ   ମକରନ୍ଦ ସମ  

   କେବେ ସରେ ଦିନରାତି !

କାଳି ସରିଯାଏ   ରାତି ପୁଣି ଥାଏ 

  ଲେଖିଲେଖି ପ୍ରେମ ଚିଠି ll


ନୂଆ ନୂଆ ପ୍ରେମ   ଅତି ମନୋରମ 

   ମନରେ ଲାଗଇ ଡେଣା 

ତୁମେ ମୋ' ହୃଦୟ  ମୁଁ ନିର୍ଜୀବ ଦେହ 

   ମରିଯିବି ତୁମ ବିନା ll


ହୋଇଲେ ପୁରୁଣା   ଛିଡ଼ିଯାଏ ଡେଣା 

   ପାଇଲି କାହିଁକି ଭଲ? 

ବାଆଁରା ଚଢ଼େଇ  ଥିଲି ସୁଖେ ମୁହିଁ 

   ପିଲା ଛୁଆ କଲଵଲ ll


ନୂତନ ଦରବ   ପୁରୁଣା ହୋଇବ 

   ସମୟ ରଥ ଚକରେ  

ସୁଖ ପରେ ଦୁଃଖ  ଦୁଃଖ ପରେ ସୁଖ 

   ଭୋଗ ହୁଏ କାଳ ବଳେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational