Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Inspirational

4  

Prabhas Kumar mohapatra

Inspirational

ଦୁଃଖ ଲାଗୁଛି

ଦୁଃଖ ଲାଗୁଛି

1 min
305



ମୁଁ ବୋଲି ଓଡ଼ିଆ ଦୁଃଖ ଲାଗେ କିଆଁ

ବୁଝି ପାରୁନି ମୁଁ କିଛି ।

ମୋହତ୍ସବ ଆଜି ସତେ ଫିକା ଲାଗେ

ଦୀପ ସତେ ଲିଭୁ ଅଛି ।।


ଓଡ଼ିଶାକୁ ଆଉ କ୍ଷଣିକ ଦିନରେ

ପୂରିବଟି ଶତ ବର୍ଷ ।

ଉତ୍କଳ ଦିବସ କେବେ ଜଣା ନାହିଁ

ଜାଣେନା ଯୁବକ ଚାଷ ।।


ଓଡ଼ିଆ ଭାଷାକୁ ସର୍ବେ କହିବାକୁ 

ଓଡ଼ିଆ ଙ୍କୁ ଲାଗେ ଲାଜ ।

ବର୍ଣ୍ଣବୋଧ ଆଜି ଯାଏ ହଜି ହଜି

ଇଂରାଜୀରେ ହୁଏ କାଜ ।।


ଧୋତି ଗାମୁଛା କୁ ଲଙ୍ଗଳ ହଳକୁ

ଭାଇ ମୋ ଗଲାଣି ଭୁଲି ।

ସ୍ବପ୍ନ ପୋଡପିଠା ଗଉଣୀ ରୁ କଠା

ହଜିବାକୁ ଯାଏ ଚୂଲି ।।


ଭଗ୍ନ ହୁଏ କ୍ଷଣେ ଉତ୍କଳ କୋଣାର୍କ

ଖସେ ଶ୍ରୀକ୍ଷେତ୍ରେ ପଥର ।

ଉତ୍କୃଷ୍ଟ ସେ କଳା ଶିଳ୍ପୀ ସୂକ୍ଷ୍ମ ତୋଳା

ଶୁଭେ ନା ନିହାଣ ସ୍ୱର ।।


ଓଡ଼ିଆ ଘରର ପରମ୍ପରା ବଧୂ

ସଂସ୍କାର ରୀତି ନିୟମ ।

ପାଶ୍ଚାତ୍ୟ ପ୍ରଭାବେ ପ୍ରଭାବିତ ହୋଇ

ପାସରେ ନିଜ ଧରମ ।।


କାହାକୁ ନେଇ ମୁଁ ଓଡ଼ିଆ କହିବି

ପାଳିବି ମୁଁ ମୋହତ୍ସବ ।

ଓଡ଼ିଆ ବୋଲି କି ଭାରି ଦୁଃଖ ଲାଗେ

ଓଡ଼ିଆ ଯେତକ ଭାବ ।।



Rate this content
Log in

Similar oriya poem from Inspirational