ମୋ ଗାଁ ମହାଦେଈପୁର
ମୋ ଗାଁ ମହାଦେଈପୁର
ମୋ ଗାଁ ମହାଦେଈ ପୁର(୨ୟ ଭାଗ)
କବି କୁସୁମ ଗୌରବ ଘନଶ୍ୟାମ ଜେନା
ଶୋଭା ଆମ୍ବ ତୋଟାମାଳ,ଛାୟାଯା'ର ସୁଶୀତଳ
ମହକେ ଆମ୍ବ ବଉଳ, କି ଉନ୍ମାଦନ,
ମଧୁ ମକ୍ଷୀ ମାଳ ମାଳ, ଗୁଞ୍ଜନେ କରନ୍ତି ରୋଳ
ପତ୍ର ଗହଳୁ କୋକିଳ, ପଞ୍ଚମ ତାନ।
ନାନା ଜାତି କୁସୁମ ମାନ
ଉଡ଼ି ବୁଲେ ପ୍ରଜାପତି ଆନନ୍ଦ ମନ।୫।
ପ୍ରାଚୀ ବାରୁଣୀ ଦିଗର,ସରୋବର ମନୋହର
ଶୋଭା ପାଏ ନିରନ୍ତର ନିର ନିର୍ମଳ
ନାଲି ନେଳି କଇଁଫୁଲ, ଧବଳ ବର୍ଣ୍ଣ ଉତ୍ପଳ
ଫୁଟିଅଛି ସୁମଞ୍ଜୁଳ, ସରସୀ ଜଳ।
ହରି ନିଏ ଭ୍ରମର ମନ
ମଧୁ ମକ୍ଷୀକା କରଇ,ମୃଦୁ ଗୁଞ୍ଜନ।୬।
ଦେବାଦେବୀଙ୍କ ମନ୍ଦିର, ଘେତିଛି ଚଉଦିଗର
&nbs
p;ଦିଶେ କେଡେ ମନୋହର, ମନ୍ଦିର ଶ୍ରେଣୀ,
ଗ୍ରାମ ଦେବତୀ ପୋଲାମା, କି ବର୍ଣ୍ଣିବି ତା ମହିମା
ଜଳ ଘାଟେ ଅନୁପମ ଆଳୟ ପୁଣି
ବିଜେ ହନୁମାନ୍ତ କତିର,
ଆସ୍ଥାନ ତା'ଙ୍କ ତୁଳସୀ ଚଉରା ଠାର।୭।
ଗ୍ରାମର ପଶ୍ଚିମ ଦିଗେ,ସମୀପରେ ରାଜମାର୍ଗେ
ବିଜେ ନୀଳମଣି ଦୁର୍ଗେ, ଅଞ୍ଚଳେ ଖ୍ୟାତ,
ମହିମା ତାଙ୍କ ଅପାର, କି କହିବି ନର ଛାର
ପୁରୁଣା ପାଟଣା ଦୁର୍ଗା, ରୂପେ ବିଖ୍ୟାତ
ଜୟ ଜୟ ଜଗ ଜନନୀ
ଶିବାନୀ ଭବାନୀ ମା ଦୁର୍ଗତି ନାଶିନୀ।୮।
କ୍ରମଶଃ......