ମୋ ଗାଁ-୨
ମୋ ଗାଁ-୨
ସ୍ନେହ ମମତାର ରଙ୍ଗ ବୋଳି
କୋଳରେ ମୋତେ ଯେ ନେଇଛି ତୋଳି
ମୋ ଗାଁ ମୋ ଜନମ ଭୂଇଁ
ସିଏ ମୋ ପ୍ରିୟ ହଂସତୁଳି l
ମାଟିରେ ଯାହାର ଅଦମ୍ୟ ଶକ୍ତି
ପାଣି ପବନରେ ମହକ ଅତି
ନଦୀ ନାଳ ବଣ ଭଳିକି ଭଳି
ସିଏ ମୋ ପ୍ରିୟ ହଂସତୁଳି l
ତାହାର ସବୁଜ ଫୁଲ ଓ ଫଳ
ଦେହେ ଭରିଦିଏ ସାହସ ବଳ
କୃଷକ ଯାହାର ଅନ୍ନଥାଳି
ସିଏ ମୋ ପ୍ରିୟ ହଂସତୁଳି l
ବlରମlସେ ହୁଏ ତେର ପରବ
ଭାଇଚାରା ଯାର ଗର୍ବ ଗୌରବ
ନ ଆସୁ ହିଂସା ନ ଆସୁ କଳି
ହସୁ ମୋର ଗାଁ ହଂସତୁଳି l
