STORYMIRROR

Kalandi pal

Inspirational Children

4  

Kalandi pal

Inspirational Children

ମୋ ଗାଆଁ

ମୋ ଗାଆଁ

1 min
529


ଗାଆଁ ମୋର ଜନ୍ମ ମାଟି ମୋ ଏନ୍ତୁଡ଼ି ଘର,

ଜନ୍ମଦାତ୍ରୀ ଜନ୍ମ ଦେଲେ ଧରଣୀର କୋଳ,

   ନମୋ ମାତା ଜନ୍ମଭୂମି,

ଭାଗ୍ୟବାନ ମନେ କରେ ତୋ କୋଳେ ଜନମି,l1l


ତୋ ଶୁଦ୍ଧ ପାଣି ପବନେ ଗଢ଼ା ମୋ ଶରୀର,

ତୋ ବକ୍ଷରୁ ଫୁଲ ଫଳ କରେ ମୁଁ ଆହାର,

   ଯୁଗେଯୁଗେ ପଡି ଦାତ୍ରୀ,

ସନ୍ତାନର ମନ ଜାଣି ଯୋଗାଉ ଧରିତ୍ରୀ,l2l


ଶସ୍ୟଘେରା ମୋର ଗାଆଁ ସମତଳ ଭୂଇଁ,

ନାନା ନାନା ବୃକ୍ଷେ ଗାଆଁ ମୋର ହୋଇଛି ସଜେଇ,

    ଶୋହେ ବିସ୍ତିର୍ଣ୍ଣ ପ୍ରାନ୍ତର,

ଗାଈଗୋରୁ, ଯୁବକଙ୍କ ଜମଇ ଆସର,l3l


ଶୋଭା ପାଏ ବିଦ୍ୟାଳୟ ଦେବତା ପ୍ରାଙ୍ଗଣ,

ଅନ୍ତର୍ଗତେ ଭରିଦିଏ ଅପର୍ଯ୍ୟାପ୍ତ ଜ୍ଞାନ,

    ଶିଶୁପତ୍ରିକା ଲେଖକ,

ବିରେନ ସାମନ୍ତରାୟ ଜ୍ଞାନର ପ୍ରତୀକ,l4l


ଟୁଉକୁମୂଷି ପତ୍ରିକା ଶିଶୁ ଶିକ୍ଷା ବହି,

ପଲ୍ଲୀପ୍ରଭା ପ୍ରକାଶନି ଦିଅଇ ଯୋଗାଇ,

   ରାଷ୍ଟ୍ରପତି ପୁରସ୍କୃତ,

ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ତହିଁ ଅନ୍ତର୍ଭୁକ୍ତ,l5l


ମୋର ଗାଆଁ ନାଆଁ ଆଉ ତାର ପୁଣ୍ୟ ମାଟି,

ମଧୁର ଲାଗଇ ମୋତେ ଯେଉଁଠି ଶୁଣେଟି,

    ରଖିବାକୁ ତାର ଟେକ,

ନ୍ୟାୟ ପଥେ ସଦା ଥିବୁ ଦେଇଦେବୁ ବେକ,l6l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational