ମୋ ଗାଆଁ
ମୋ ଗାଆଁ
ଘଣ୍ଟଶିଳା ପାହାଡ଼ର ପାଦଦେଶେ ଦେଖରେ
କୁଳୁକୁଳୁ ସୁରେ ଝରେ ମୋ ଶାଳିଆ ନଈରେ ।
ନଈକୂଳେ ରହିଅଛି ମୋର ଟିକି ଗାଆଁଟି
ଶୁଣିଛ କି କେବେ କୁହ ବାଣପୁର ନାଆଁଟି ?
ଭଗବତୀ ମାଆ ମୋର ରାଇଜରେ ବିଖ୍ୟାତ
ଦରଶନ ପାଇଁ ନିତି ଆସୁଛନ୍ତି ଭକତ ।
ବରବରା ଶାଳବନ ପରିବେଶ ସୁନ୍ଦର
ଶାଳିଆରେ ଗଢ଼ା ଡ୍ୟାମ୍ ମନ କିଣେ ମୋହର ।
ପଲଟଣ ପଡିଆରେ ପଞ୍ଚୁଦୋଳ ଯାତରା
ଲାଖିଯାଏ ଆଖିଦେଖି ଖେଳନାର ପସରା ।
ବୁଲିବାକୁ ଆସ ଥରେ ଆମ ଗାଆଁ ଯାତକୁ
କିଣିଦେବି ଖେଳନା ମୁଁ ଉପହାର ତୁମକୁ ।
