STORYMIRROR

Bijoy Jena

Classics Inspirational Others

4  

Bijoy Jena

Classics Inspirational Others

ମୋ ଗାଆଁ ମୋ ସଂସ୍କୃତି

ମୋ ଗାଆଁ ମୋ ସଂସ୍କୃତି

1 min
296

କିସୁନ୍ଦର ଦିଶେ ମୋଗାଆଁ ପୋଖରୀ

    ଫୁଟୁ ଥିବା ନୀଳକଇଁ

ପୋଖରୀ ହୁଡ଼ାରେ ନାରୀକେଳ ବୃକ୍ଷ

    ଖଣ୍ଡେ ଦୁରୁ ଦିଶୁ ଥାଇ।


ମନୋରମ ଦୃଶ୍ୟ  ମନ୍ଦିର ଚୁଡ଼ାରେ

     ନେତ ଉଡେ ଫରଫର

ସଂଜ ସକାଳରେ   ଆଳତି ହୁଅଇ

    ଶୁଭେ ପୁଜକର ସ୍ଵର।


ଦୋଳ ଯାତରାରେ ଦୋଳ ବିମାନରେ

   ବୁଲନ୍ତି ରାଧା ଗୋବିନ୍ଦ

ଅବିର ଖେଳରେ  ମୋଗାଆଁ ଜନତା

    ମାତିଥାନ୍ତି ମହାନନ୍ଦ।


ସଂଜ ହେଲେ ଶୁଭେ  ଭାଗବତ ଟୁଙ୍ଗୀ

    ପୁରାଣ ବାପୁଡ଼ା ଗୀତ

ସଂସାରେ ଜନମି  ଲୀଳାଖେଳା ପରେ

    ମରଣ ଆସଇ ସତ।


ଗାଆଁ ଚାହାଳୀର   ଗହଳ ଚହଳ

     ଚାଟଙ୍କର କେତେ ଖେଳ

ଦୂର ଝାଉଁବଣ   କୋକିଳ କୂଜନ

   ଶୁଭେ ବହିଲେ ମଳୟ।


ଗାଆଁ ମାଟି ମୋର  କେତେ ଆପଣାର

   ଥିବା ଯାଏ ଜୀବନରେ

ଯେଉଁଠି ଥିଲେବି  ତାଛବି ଭାସଇ

  ସ୍ଵଦେଶରେ ବିଦେଶରେ।


ବାର ମାସେ ତେରଯାତ୍ରା ପାଳନରେ

    ସଂସ୍କୃତି ହୁଏ ବପନ

ପିଢ଼ି ପରେ ପିଢ଼ି କେତେ ଯେ ଗଲେଣି

 ଯୋଡି ହୋଇ ଯାଏ ମନ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics