Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Kumar Chand

Children Inspirational

3  

Prakash Kumar Chand

Children Inspirational

ମୋ ଗାଆଁ ମନ୍ଦିର

ମୋ ଗାଆଁ ମନ୍ଦିର

1 min
14.3K


ମୋ ଗାଆଁ ମନ୍ଦିର


ମୋ ଗାଆଁର ପୂରୁବ ଦିଗେ

ଅଛି ଶିବ ମନ୍ଦିର

ଆଗରେ ଅଛି ପଦ୍ମ ପୋଖରୀ

ଦିଶେ ଭାରି ସୁନ୍ଦର ।


ସକାଳୁ ଆସି ପୂଜାରୀ ନନା

କରଇ ସିଏ ପୂଜା

ବାସଇ ଧୂପ ହୁଅଇ ଭୋଗ

ଲାଗଇ ଭାରି ମଜା ।


ବେଢାକୁ ଲାଗି ବର ଗଛଟେ

ହୋଇଛି ପରା ଠିଆ

ଦେଖିଛି କେତେ ପୁରୁଣା ଦିନ

କହେ ତ ବୁଢୀ ମାଆ ।


ଶୁଭେ ଭଜନ ହୁଏ କୀର୍ତ୍ତନ

ହୁଅଇ ଭୋଜିଭାତ

ପୁନିଅଁ ପର୍ବେ ଲାଗଇ ଭିଡ

ହୁଅଇ ଯାନିଯାତ ।


ବେଢ଼ା ଭିତରେ ଗଣେଶ ସାଥେ

କାର୍ତିକ ଯେ ପାର୍ବତୀ

ସକାଳ ସଂଜେ ଭୂଆଷୁଣୀ ଏ

ଦିଅନ୍ତି ସଂଜବତୀ ।

ସୁଖ ଦୁଃଖରେ ଭଲ ମନ୍ଦରେ

ସାହା ସେ ଭୋଳାନାଥ

ଯିଏ ତ ଯାଏ ଯୋଉ କାମରେ

ହୁଅଇ ପ୍ରଣିପାତ ।


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

ମୋ.୯୮୫୩୫୪୯୩୮.୭୦୦୮୯୨୫୯୫୪


Rate this content
Log in

Similar oriya poem from Children