STORYMIRROR

Prakash Kumar Chand

Romance

3  

Prakash Kumar Chand

Romance

ତୁମେ ପାଖେ ଥିଲେ

ତୁମେ ପାଖେ ଥିଲେ

1 min
4.3K


ତୁମେ ପାଖେ ଥିଲେ କୁଆଁର ପୁନେଇଁ

ଦୂରେ ଗଲେ ଅମା ରାତି

ତୁମେ ହସିଦେଲେ ଦୁଃଖ ହଜିଯାଏ

ରୁଷିଗଲେ ଲୁହ ସାଥୀ ।

ତୁମେ ପାଖେଥିଲେ ସେ ଗାଆଁର ଜହ୍ନ

ଡାକେ ମତେ ହାତଠାରି

ମେଘ ବଦଳରେ ମହୁ ଝରିପଡେ

ଆକାଶର ଛାତି ଚିରି

ତୁମେ ପାଖେ ଥିଲେ ଖରା ଦେଇଯାଏ

ଶୀତଳ ଚନ୍ଦନ ତାତି ।।

ତୁମେ ପାଖେଥିଲେ କୁଆଁର ପୁନେଇଁ

ଦୂରେ ଗଲେ ଅମା ରାତି ।।

ତୁମେ ଛୁଇଁଦେଲେ ମାଟି ହୁଏ ସୁନା

ଚାହିଁଲେ ଆଇନା ଭାଙ୍ଗେ

ଆଙ୍କି ଦେଲେ କିଛି ଅନାବନା ଛବି

ଜୀଇଁଥିବା ପରି ଲାଗେ

ତୁମେ ପାଖେଥିଲେ ଶାମୁକା କୋଳରେ

ବରଷା ଢାଳଇ ମୋତି

ତୁମେ ପାଖେ ଥିଲେ କୁଆଁର ପୁନେଇଁ

ଦୂରେ ଗଲେ ଅମା ରାତି ।।


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

ମୋ.୯୮୫୩୩୫୪୯୩୮


Rate this content
Log in

Similar oriya poem from Romance