Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Kumar Chand

Others

2.5  

Prakash Kumar Chand

Others

ନିଆରା

ନିଆରା

1 min
162




ସବୁଠୁ ନିଆରା ତୋର ସେ ଚେହେରା

ଫୁଲର ପସରା ସତେ

ସେଇ ଫୁଲ ଆଜି ମନେ ମୋର ଫୁଟି

ପାଗଳ କରିଛି ମତେ ।


ସବୁଠୁ ନିଆରା ତୋ ଆଖି ଈଶାରା

ଯେବେ ସେ କଣେଇ ଚାହେଁ

ନିଜକୁ ନିଜେ ମୁଁ ପାଉନାହିଁ ଖୋଜି

କେଉଁଠାରେ ହଜିଯାଏ ।


ଲାଗଇ ନିଆରା ତୋହସ ଫୁଆରା

ହସୁ ଯେବେ ଖିଲି ଖିଲି

ସେ ହସରୁ ଝରେ ହୀରା ନୀଳା ମୋତି

ଝରେ ପୁଣି ହେନା ମଲ୍ଲୀ ।


ସବୁଠୁ ନିଆରା ତୋ କେଶ କହରା

ଯେବେ ଚାଲି ଯାଉ ଛାଟି

ମୋ ଛାତି ଉପରେ ଲକ୍ଷିଏ ସୂରୁଯ

ହୋଇ ଯାଏ ଆସି ପିଟି ।


ନିଆରା ନିଆରା ତୋର ଠାଣି ବାଣୀ

ନିଆରା ତୋହର ଗାଆଁ

ନିଆରା ତୋ ଛୁଆଁ ନିଆରା ତୋ ଚାହାଁ

ନିଆରା ତୋହର ନାଆଁ ।


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

୯୮୫୩୩୫୪୯୩୮


Rate this content
Log in