Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Kumar Chand

Others

2  

Prakash Kumar Chand

Others

ପୋଖରୀ

ପୋଖରୀ

1 min
7.1K


ଆମ ଗାଆଁର ଶେଷ ମୁଣ୍ଡରେ,

ଅଛି ଗୋଟେ ପୋଖରୀ,

କାଚ ପରିକା ନିର୍ମଳ ଜଳ,

ସୁନ୍ଦର ଦିଶେ ଭାରି ।


ଵରଗଛଟେ କେଉଁ କାଳରୁ,

ଅଛି ତାହାରି ମୂଳେ,

ପକ୍ଷୀତ ଆସି ଗଢନ୍ତି ବସା,

ସେଇ ଗଛର ଡାଳେ ।


କେଡେ ସୁନ୍ଦର ଫୁଟି ଦିଶନ୍ତି,

ଫୁଲ କଇଁ ପଦୁଅଁ,

ଆକାଶେ ଉଇଁ ଜହ୍ନ ତ ଦେଖେ,

ପାଣିରେ ତାର ମୁହଁ ।


ଜେଜେ କହନ୍ତି ପୋଖରୀ ନୁହେଁ,

ଗଙ୍ଗା ସେ ଆମ ପାଇଁ,

ସଭିଏଁ ସେଠି କରନ୍ତି କାମ,

ବାଛ ବିଛାର ନାହିଁ ।


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

ମୋ.୯୮୫୩୩୫୪୯୩୮


Rate this content
Log in