STORYMIRROR

Prakash Kumar Chand

Romance

2  

Prakash Kumar Chand

Romance

ତୁମେ ପାଖେ ଥିଲେ

ତୁମେ ପାଖେ ଥିଲେ

1 min
1.5K


ତୁମେ ପାଖେ ଥିଲେ


ତୁମେ ପାଖେ ଥିଲେ କୁଆଁରପୂନେଁଇ

ଦୂରେ ଗଲେ ଅମାରାତି

ତୁମେ ହସିଦେଲେ ଦୁଃଖ ହଜିଯାଏ

ରୁଷିଗଲେ ଲୁହ ସାଥୀ ।


ତୁମେ ପାଖେଥିଲେ ସେ ଗାଆଁର ଜହ୍ନ

ଡାକେ ମତେ ହାତଠାରି

ମେଘ ବଦଳରେ ମହୁ ଝରିପଡେ

ଆକାଶର ଛାତି ଚିରି

ତୁମେ ପାଖେ ଥିଲେ ଖରା ଦେଇଯାଏ

ଶୀତଳ ଚନ୍ଦନ ତାତି ।।

ତୁମେ ପାଖେଥିଲେ କୁଆଁରପୂନେଁଇ

ଦୂରେ ଗଲେ ଅମାରାତି ।।


ତୁମେ ଛୁଇଁଦେଲେ ମାଟି ହୁଏ ସୁନା

ଚାହିଁଲେ ଆଇନା ଭାଙ୍ଗେ

ଆଙ୍କିଦେଲେ କିଛି ଅନାବନା ଛବି

ଜିଇଁଥିବା ପରି ଲାଗେ

ତୁମେ ପାଖେଥିଲେ ଶାମୁକା କୋଳରେ

ବରଷା ଢାଳଇ ମୋତି

ତୁମେ ପାଖେଥିଲେ କୁଆଁରପୂନେଁଇ

ଦୂରେ ଗଲେ ଅମାରାତି ।।


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

ମୋ.୯୮୫୩୩୫୪୯୩୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance