STORYMIRROR

Prakash Kumar Chand

Inspirational Others

3  

Prakash Kumar Chand

Inspirational Others

ସେଇ ମୋର ଛୋଟ ଗାଆଁ

ସେଇ ମୋର ଛୋଟ ଗାଆଁ

1 min
19.8K


ଯୋଉଠି ଆକାଶ ମାଟିକୁ ଛୁଏଁ

ଯୋଉଠି ଜହ୍ନ ତ କଇଁକୁ ଚାହେଁ

ଯୋଉଠି ପବନ ପରଶ ଲାଗଇ

ଶୀତଳ ଚନ୍ଦନ ଛୁଆଁ

ସେଇ ମୋର ଛୋଟ ଗାଆଁ ସେଇ ମୋର ଛୋଟ ଗାଆଁ ।।

ଯୋଉଠି ଫୁଲଟେ କୁହଇ କଥା

ଯୋଉଠି ଭଅଁର ଗାଏ କବିତା

ଯୋଉଠି ଖେଳଇ ଫୁଲରୁ ଫୁଲକୁ

ପ୍ରଜାପତି ମାରି ଡିଆଁ

ସେଇ ମୋର ଛୋଟ ଗାଆଁ ସେଇ ମୋର ଛୋଟ ଗାଆଁ ।।

ଯୋଉଠି ସୁନାର ଫସଲ ଫଳେ

ଯୋଉଠି ବରଷା ସୁଧାକୁ ଢାଳେ

ଯୋଉଠି ଦିଶଇ ସାଧଵଵୋହୂର

ରୂପ ମନ ଭୂଲାଣିଆ

ସେଇ ମୋର ଛୋଟ ଗାଆଁ ସେଇ ମୋର ଛୋଟ ଗାଆଁ ।।

ଯୋଉଠି ଫଗୁଣ ଫଗୁ ଉଡାଏ

ଯୋଉଠି ବଉଳ ବାସ ଛୁଟାଏ

ଯୋଉଠି କୋଇଲି ଲେଖୁଥାଏ ବସି

ରଚନା ଯେ ନୂଆ ନୂଆ

ସେଇ ମୋର ଛୋଟ ଗାଆଁ ସେଇ ମୋର ଛୋଟ ଗାଆଁ ।।

ଯୋଉଠି ବାସଇ ମଣ୍ଡା ଗଇଁଠା

ଚିତଉ ଚକୁଳି ଆରିସା ପିଠା

ଯୋଉଠି ସୁଆଦ ପୋଡପିଠା ସାଥେ

ବସା ଦହି ଧନୁମୁଆଁ

ସେଇ ମୋର ଛୋଟ ଗାଆଁ ସେଇ ମୋର ଛୋଟ ଗାଆଁ ।।

ଯୋଉଠି ରହିଛି ଏକତା ଚିହ୍ମ

ଯୋଉଠି ହୁଅଇ ମାଟି ଚନ୍ଦନ

ଯୋଉଠି ଅଛି ସେନେହ ମମତା

ପରସ୍ଫର ଦିଆନିଆ

ସେଇ ମୋର ଛୋଟ ଗାଆଁ ସେଇ ମୋର ଛୋଟ ଗାଆଁ ।।

ଯୋଉଠି ଶୁଭଇ ଗୀତ ଯୋଗୀର

ଘର ବାହୁଡା ଯେ ଗାଈ ଗୋଠର

ଯୋଉଠି ଦେଵତା ସରଗ ଛାଡିକି

ଆସନ୍ତି ଯେ ଛାଆଁ ଛାଆଁ

ସେଇ ମୋର ଛୋଟ ଗାଆଁ ସେଇ ମୋର ଛୋଟ ଗାଆଁ ।।

ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

ମୋ.୯୮୫୩୩୫୪୯୩୮ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational