Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Kumar Chand

Others

3  

Prakash Kumar Chand

Others

କଲମ

କଲମ

1 min
200




ନ୍ୟାୟଧୀଶ ହାତେ ଥିଲେ ମୁହିଁ ପରା

ଦୋଷୀ ହୁଏ ହରବର

ମହାଜନ ହାତେ ଥିଲେ ହୁଏ ଟଙ୍କା

ସୁଧ ମୂଳ କାରବାର। ।


ଯନ୍ତ୍ରୀଙ୍କ ହାତରେ ହୁଏ ଆକଳନ

ବଡ ବଡ଼ କୋଠା ମାନ

ମନ୍ତ୍ରୀଙ୍କ ହାତରେ ଥିଲେ କରନ୍ତି ସେ

କୋଟି କୋଟି ଅନୁଦାନ ।


ଶିକ୍ଷକଙ୍କ ହାତରେ ଥିଲେ ତ ପରା

ଭୂଲ୍ ଠିକ୍ ହୁଏ ବାଛି

ଶତ୍ରୁର ସନ୍ଧାନ କରନ୍ତି ସିପାହୀ

କାଗଜରେ ନକ୍ସା ଆଙ୍କି ।


ଡାକ୍ତରଙ୍କ ହାତେ ଥିଲେ ହୋଇଥାଏ

ରୋଗୀ ଭାଗ୍ୟ ନିର୍ଦ୍ଧାରଣ

ମୋହରି ମାଧ୍ୟମେ ପରୀକ୍ଷାର୍ଥୀ ଟିଏ

ହୁଏ ଆଗକୁ ଉତ୍ତୀର୍ଣ୍ଣ ।


କବି ହାତେ ଥିଲେ କବି ଗଢିଦିଏ

କବିତାର କୋଣାରକ

ସମସ୍ତଙ୍କ ପାଇଁ କରେ ଭିନ୍ନ କାମ

ନାଆଁ କିନ୍ତୁ ମୋର ଏକ। ।


Rate this content
Log in