STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ମୋ ଦେଶର ନାରୀ

ମୋ ଦେଶର ନାରୀ

1 min
944

ମୋ ଦେଶର ସୀତା ସାବିତ୍ରୀ

ଦ୍ରୌପଦୀ ଲକ୍ଷ୍ମୀବାଇ

ତ୍ୟାଗ ବଳରେ ହୋଇଛନ୍ତି ସେ

ଆଜି ବି କାଳଜୟୀ 

ଦୁଃଖ ଶୋକର କଷଣ ସହି

ମୋ ଦେଶର ନାରୀ

ଆଉ କେ ହେବ ତାଙ୍କ ଭଳିକା

କିଏବା ତାଙ୍କ ସରି।


ମୋ ଦେଶର ପିଇଟି ଉଷା

ଅବା ସାନିଆ ମିର୍ଜା

ସିନ୍ଧୁ ,ସାକ୍ଷୀ ଉଡ଼ାଇ ଦେଲେ

ବିଶ୍ୱେ ବିଜୟ ଧ୍ଵଜା

ଅଲିମ୍ପିକ୍ ରେ ଗଢିଲେ ସ୍ତମ୍ଭ

ମୋ ଦେଶର ନାରୀ

ଆଉକେ ହେବ ତାଙ୍କ ଭଳିକା

କିଏବା ତାଙ୍କ ସରି ।


କଲମ ଚାଳି କବିତା କେତେ

ଲେଖିଲେ ଭଳି ଭଳି

ତେର ବର୍ଷରେ ସରୋଜିନୀ ତ

ଗଲେ ସଭିଙ୍କୁ ବଳି

ଇଂରାଜୀ ଭାଷା ଦଖଲ କରି

ସାହିତ୍ୟ ଗଲେ ରଚି

ଜ୍ଞାନ ମୁରୁଜ ପୃଥିବୀ ସାରା

ସରାଗେ ଦେଲେ ବିଞ୍ଚି

ଏଇ ମାନେତ ବୀରା ରମଣୀ

ମୋ ଦେଶର ନାରୀ

ଆଉକେ ହେବ ତାଙ୍କ ଭଳିକା

କିଏବା ତାଙ୍କ ସରି।


ଦୌଡ ରାଣୀ ଦୂତୀ, ଶ୍ରାବଣୀ

ଏ ମାଟିର ଝିଅ

ପଲ୍ଲୀ ପୁରୁ ଧାଇଁ ସେ ଗଲେ

ଖେଳିବା ପାଇଁ 'ରିଓ'

ଓଡ଼ିଶା ମାଟି ଧନ୍ୟ ହେଲା

ଖୁସିରେ ଗଲା ପୂରି

ଆଉ କେ ହେବ ତାଙ୍କ ଭଳିକା

କିଏବା ତାଙ୍କ ସରି ।


ତାଙ୍କରି ପାଇଁ ଦେବାରେ ଆମେ

ଶ୍ରଦ୍ଧା ସୁମନ ଢାଳି

ତାଙ୍କରି ପଥ ଅନୁସରିବା

ସଭିଙ୍କୁ ଯିବା ବଳି

ସ୍ମୃତି ରେ ତାଙ୍କ କରିବା ଗର୍ବ

ମୋ ଦେଶର ନାରୀ

ଆଉ କେ ହେବ ତାଙ୍କ ଭଳିକା

କିଏବା ତାଙ୍କ ସରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational