STORYMIRROR

Ajit Kumar Raut

Abstract Inspirational Children

4  

Ajit Kumar Raut

Abstract Inspirational Children

ମୋ ଦେଶ

ମୋ ଦେଶ

1 min
354

କରିବା ଅର୍ପଣ ଏ ଜୀବନ ଆମ ଦେଶର ନିର୍ମାଣ ପାଇଁ,

   କର୍ତ୍ତବ୍ୟ ଆମର ମରିବି ତା ପାଇଁ ବଞ୍ଚିବା ତାହରି ପାଇଁ।


ଆସୁପଛେ ଯେତେ ବାଧାବିଘ୍ନ ଏଠି ସହିବା କର୍ତ୍ତବ୍ୟେ ରହି,

 ଜନତାକଲ୍ୟାଣେ କାର୍ଯ୍ୟ କରୁଥିବା ଜୀବନ ଯାତ୍ରାରେ ରହି।


ଦେଶପାଇଁ ହେଲେ ଶହୀଦ କେତେଯେ ରଖିଥିବା ସ୍ମୃତିତାଙ୍କ,

 ତାଙ୍କ ଇତିହାସ ନଭୁଲିବୁ କେବେ ଜ୍ଞାନେ ରଖି ଥିବା ତାଙ୍କ।


ଜୀବନର ହିରୋ ଅଟନ୍ତି ସେମାନେ ତାଙ୍କ କାର୍ଯ୍ୟ କରୁଥିବା,

  ତେବେ ହିଁ ସୁରକ୍ଷା ଉନ୍ନତି ସମ୍ଭବ ତାଙ୍କ ମାର୍ଗେ ଚଲୁଥିବ।


ଅହିଂସାର ମନ୍ତ୍ର ରଖିବା ପଥରେ ଜନଜନ ସେହୁ ଥିବା,

  ସତ୍ୟନ୍ୟାୟ ପଥ ମାର୍ଗେ ରଖିଥିବା ଭକ୍ତିରାଷ୍ଟ୍ରେ ରଖିଥିବା।


ରାଷ୍ଟ୍ର ଭକ୍ତି ଶିକ୍ଷା ଦେଉ ଥିବା ଜନେ ଆତ୍ମନିର୍ଭର ଟି ପାଇଁ,

   ଆତ୍ମବିଶ୍ବାସ ଟି ଆଣିବା ଜନରେ ରାଷ୍ଟ୍ରର ଉନ୍ନତି ପାଇଁ।


ରାଷ୍ଟ୍ର ସଂସ୍କୃତିରେ ପ୍ରେମ ରଖିଥିବା ପ୍ରେମଥିବ ରାଷ୍ଟ୍ର ଭାଷା,

 ମାତୃଭାଷା ଶିକ୍ଷା ରଖିବା ଶିକ୍ଷାରେ ଅଟେଟି ଜନନୀ ଭାଷା।


ଗୃହେ ରଖିଥିବା ସମଭାବ ମନ୍ତ୍ର କରୁଥିବା ଗୁରୁ ସେବା,

   ପିତୃମାତୃଙ୍କର ଆଦର କରିବା କରୁଥିବା ତାଙ୍କ ସେବା।


ସର୍ବୋଚ୍ଚ ଜୀବନେ ରାଷ୍ଟ୍ରର ଉନ୍ନତି ଶକ୍ତିଶାଳୀ ହେଉ ରାଷ୍ଟ୍ର,

  ଗୌରବ ଗୁଞ୍ଜନ ହେଉଟି ରାଷ୍ଟ୍ରର ବିଶ୍ବ ଗରୁ ହେଉ ରାଷ୍ଟ୍ର।


ଧର୍ମପଥେ ରହି କାର୍ଯ୍ୟ କରୁ ଥିବା ମନୁଷ୍ୟ କର୍ତ୍ତବ୍ୟ ଏହୁ,

  ପ୍ରଭୁ ଭକ୍ତି ପରା ଜୀବନେ ଚନ୍ଦନ ଜୀବନ ଯାତ୍ରାରେ ରହୁ।


ପ୍ରେମଶ୍ରଦ୍ଧା ଶକ୍ତି ରାଷ୍ଟ୍ର କାର୍ଯ୍ୟେ ରହୁ ମନେ ଇତିହାସ ରହୁ,

 ବୀର ଶହୀଦଙ୍କ କ୍ରିତି ମନେ ଥାଉ ରାଷ୍ଟ୍ର ଭକ୍ତି ହୃଦେ ରହୁ।


ସବୁଠୁ ସୁନ୍ଦର ରାଷ୍ଟ୍ର ଟି ଆମର ଏହୁତ ଦେଶ ଟି ଆମ,

   ସମ୍ମାନ ମିଳୁଛି ବିଶ୍ବ ଗୁରୁ ପରି ଭାରତବର୍ଷରେ ଆମ।


ଦେଶ ଟି ସୁନ୍ଦର ଅତି ମନୋହର ନାହିଁ ତାର ପରି କେହି,

    ବିଶ୍ବକୁ ଭାବୁଛି ନିଜ ବନ୍ଧୁ ପରି ସମଭାବ ମନ୍ତ୍ର ବହି।


ସନାତନ ଧର୍ମ ଜୀବଙ୍କ କଲ୍ୟାଣ ଅଙ୍ଗେ ଅଙ୍ଗେ ବହି ଅଛି,

 କିଏସେ ହେବରେ ମୋର ଦେଶ ପରି ସବୁ ଗୁଣ ଭରି ଅଛି।


Rate this content
Log in

Similar oriya poem from Abstract