ମୋ ଦେଶ
ମୋ ଦେଶ
ପବିତ୍ର ଏ ନାମ ପବିତ୍ର ଏ ଧାମ
ମୋ ଦେଶ ଭାରତ ବର୍ଷ,
ଗଙ୍ଗା ଧୁଏ ଯା'ର ଚରଣ ଯୁଗଳ
ହିମାଳୟ ରହେ ଶୀର୍ଷ,
ସେ ଅଟେ ମୋର ଦେଶ
ନାମ ତା ଭାରତ ବର୍ଷ ।
ମଧୁର ତାନର ମହକ ଗାନରେ
କୋଇଲି ଗାଏ ତ ଗୀତ,
କୁକ୍କୁଟଙ୍କ ରାବେ କାଉ କା ସ୍ବରେ
ନିଶି ଶେଷରେ ପ୍ରଭାତ ,
ଗାଏ ଜୀବନ ସଙ୍ଗୀତ
କୋଇଲି ଗାଏରେ ଗୀତ।
ଚଷାପୁଅ ଏଠି ନିଜ ସ୍ବାର୍ଥ ଭୁଲି
ଜୀବନକୁ ବାଜି ମାରି,
ଲହୁ ଲୁହ ପୁଣି ଏକାଠି କରିଣ
ଭାତ ଦିଏ ପେଟ ଭରି,
ଜୀବନକୁ ତୁଚ୍ଛ କରି
ଖରା ବରଷାକୁ ନଥାଏ ଖାତିରି ।।
କୋଟି ଓଡିଆର ମଉଡ଼ମଣି ସେ
ବସିଛି ବଡ଼ ଦେଉଳେ,
ବାହୁ ମେଲି ଭକ୍ତ ଡାକଇ ପାଖକୁ
ଆନନ୍ଦରେ ନିଏ କୋଳେ,
ପୁଣି ସଭିଙ୍କର ମେଳେ
ରଥରେ ବାମନ ହୋଲି ସୁଦର୍ଶନ
ନରେନ୍ଦ୍ରରେ ଚାପ ଖେଳେ।।
ଓଡିଶା ଐତିହ୍ୟ ସୂର୍ଯ୍ୟ ମନ୍ଦିର
ନାମ ପୃଥିବୀ ବିଖ୍ୟାତ,
ବାରବର୍ଷ ବାର ସହସ୍ର ବଢେଇ
କଳାକୌଶଳ ଉତ୍କର୍ଷ,
ନାହିଁ ତ ଏମିତି ଦେଶ
ଭାଇଚାରା ମନ୍ତ୍ର ମମତାର ଗୀତ
ଗାଏ ମୋ ଦେଶ ଭାରତ।
ଏଇ ମୋ ଭାରତ ବର୍ଷ।