STORYMIRROR

Sisir Panda

Inspirational

3  

Sisir Panda

Inspirational

ମୋ ଦେଶ.

ମୋ ଦେଶ.

1 min
6.1K



ଭାରତ ମାତାର ସନ୍ତାନ ଗଣ

ଭୁଲି ଭେଦଭାବ ଏକାଠି ହୁଅ।।


କର ଶପଥ ସ୍ନେହ ମମତାରେ

ସଭିଙ୍କୁ ବାନ୍ଧିବା ଏକ ସୂତ୍ରରେ।।


ଭାରତର ଟେକ ଆମେ ରଖିବା

ବିଭାଜନ ରେଖା ଲିଭାଇ ଦେବା।।


ଭାଷା ଆମ ଭିନ୍ନ ଏକଇ ମନ

ଦେଶ ସେବା ଲାଗି ଦେବାରେ ଧ୍ୟାନ।।


ଦେଶ ଭାଙ୍ଗିବାକୁ ଶତୃ ଚେଷ୍ଟିତ

ଆସ ମିଳିମିଶି ଦେବାରେ ଲାତ।।


ଦେଶ ସମ୍ମୁଖେ ଅନେକ ସମସ୍ୟା

ମିଳିତ ପ୍ରୟାସେ ହେବ ଏହା ରକ୍ଷା।।


ଅନ୍ତର ବୈରୀ ବଡ଼ ସାଙ୍ଘାତିକ

ତା'ଆଗେ ନ ହୋଇବା ଭୟଭୀତ।।


ଦେଶର ଅହିତେ ଯେ ହୁଏ ରତ

ଆଗେଇ ଆସ କରିବା ନିପାତ।।


କାଳେ କାଳେ ଯୁବ ଭଉଣୀ ଭାଇ

ଦେଶ ସଜାଡ଼ନ୍ତି ଜୀବନ ଦେଇ।।


ସର୍ବତ୍ର ଦେଖି ଦେଶପ୍ରୀତି ହ୍ରାସ

ଶୋକାତୁରା ଆଜି ଭାରତ ବର୍ଷ।।


କର ପଣ ଆଜି ଯୁବକ ଗଣ

ଦେଶଦ୍ରୋହୀଙ୍କୁ କରିବା ସଂହାର।।


ଭାରତ ଆମର ଏପରି ଦେଶ

ଅନ୍ୟର ଖୁସିରେ ପାଏ ସେ ସୁଖ।।


ବିଶ୍ବକୁ ମଣେ ସେ ଏକ କୁଟୁମ୍ବ

ତାହାର ଲକ୍ଷ୍ୟ ବିଶ୍ବର ମଙ୍ଗଳ।।


ଗରବେ କୁହ ହେ ମୁଁ ଭାରତୀୟ

ଦେଶ ଶତୃ ଦମନ ଆମ ଲକ୍ଷ୍ୟ।।


ହେ ଦେଶଦ୍ରୋହୀଗଣ ଜାଣିରଖ

ଭାରତର ଯୁବ ସଦା ସଜାଗ।।


ଦେଶ ଶାନ୍ତିରେ ଯିଏ ଦେବ ବାଧା

ତାକୁ କରିଦେବୁ ଆମେ ତ ସିଧା।।


ଜାଗ ହେ ମୋ ଭାଇ ଭଉଣୀ ଗଣ

ଦେଶ ହିତ ଲାଗି କରିବା ଦାନ।।


ହେଉ ଶ୍ରମ ବା ଅର୍ଥ ବା ସମୟ

ଦାନ ଦେବାରେ ନହୁଅ କୃପଣ।।


ଶିଶିର, କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational