STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ମୋ ଦେଶ ସଂସ୍କୃତି

ମୋ ଦେଶ ସଂସ୍କୃତି

1 min
179

ବାର ମାସରେ ତେର ପରବ

ମୋ ଦେଶ ଜନ ପାଳି

ହରଷ ଭରେ ରହନ୍ତି ଘରେ

ଅତିଥି, ଗଳାମାଳି

ଗଇଁଠା ମଣ୍ଡା ପୋଡ଼ କାକରା

ଏଣ୍ଡୁରୀ ଆଦି ପିଠା

ପୁରୀ ଚକୁଳି ଆରିସା ପୁଣି

ଲାଗଇ କେଡେ ମିଠା

ଘର ବାହୁଡ଼ା ସନ୍ତାନ ମୁଖ

ଦେଖିଲେ ମିଳେ ସୁଖ

ଏକତ୍ର ବସି ଭୋଜନ କରି

ଭୁଲନ୍ତି ଯେତେ ଦୁଃଖ

ଅତୀତ ସ୍ମୃତି କେତେ ବଖାଣି

ଖୋଜନ୍ତି ପିଲାଦିନ

ମାଆ ସେନେହ ବାପା ଆଦର

ଝୁରଇ ମନ ମୀନ

ଭାଇ ଭଗିନୀ ରାଗ ରାଗିଣୀ

ଗାଏ ଚଇତି ବାଆ

ମୋ ଦେଶ ଜାତି ଶ୍ରେଷ୍ଠ ସଂସ୍କୃତି

ଜଗତନାଥ ସାହା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract