STORYMIRROR

Papu parida

Tragedy

4  

Papu parida

Tragedy

ମୋ ଡାୟାରୀର ଶେଷ ପୃଷ୍ଠାରେ

ମୋ ଡାୟାରୀର ଶେଷ ପୃଷ୍ଠାରେ

1 min
230


ମୋ ଦୁଃଖର ଦରଦୀ

ମୋ ସୁଖର ସେ ସାଥି

ମୋ ବିରହ ବିରହି

ମୋ ପ୍ରେମର ପୀରତି।


କେତେ ଅନୁଭୂତି

ମାନ ପରିଚୟ

ସମାଲୋଚନା ଓ

 ଆଦର ବିଜୟ


ତୋ ସଙ୍ଗେ ବିତିଥିବା ପ୍ରତିଟି ମୁହୂର୍ତ୍ତ

ରହିଯିବ ମନ କଳାପଟାରେ

ମୋ ଡାୟାରୀର ଶେଷ ପୃଷ୍ଠାରେ।


ମୋ ସେବାର ପ୍ରେରଣା

ମୋ ସଂଘର ସେ ସାହସ

ମୋ ଏକାପଣ ସଙ୍ଗୀ

ମୋ ଲେଖାର ବିଶ୍ୱାସ।


ତୋ ଦେହେ ଆଙ୍କି

ମନର ଭାବନା

ଶବ୍ଦଶଯ୍ୟା ତୁହି

ମନର ଆଇନା।


ମୋ କବିତାର ଛନ୍ଦ ମୋ କାହାଣୀର ଶିକ୍ଷା

ସଜେଇଲୁ ମତେ ସ୍ରଷ୍ଟାରେ

ମୋ ଡାୟାରୀର ଶେଷ ପୃଷ୍ଠାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy