STORYMIRROR

Jitendra Giri

Inspirational

3  

Jitendra Giri

Inspirational

ମୋ ବୋଉ କହିଛି ମୋତେ

ମୋ ବୋଉ କହିଛି ମୋତେ

1 min
216


ପର ଧନ ପରା  ପହରେ ସମାନ

 ମୋ ବୋଉ କହିଛି ମୋତେ

ମାଗିଆଣି କରି   ଚଳୁ ଥିବୁ ଯଦି

   କେବେ ଅଣ୍ଟିବନି ତତେ।


ପର ଝିଅ ବୋହୂ ମା ଭଉଣୀ ସମାନ

    ମୁଁ ବୁଝାଇ କହୁଛି ତତେ

ଖରାପ ଆଖିରେ  ତୁ କେବେ ଦେଖିବୁନି

    ଧର୍ମ ଛାଡ଼ିଯିବ ତତେ।


ପର ଘର କଳି  ମହାବିପତ୍ତି ଯେ

   କେବେ ନ ଆଣିବୁ ସାଥେ

ପର ବଚସାରେ  ମୁଣ୍ଡ ପୁରାଇ ଯେ

   ଧ୍ଵଂସ ହେଇଛନ୍ତି କେତେ।


ପର ଚୁଗୁଲୀ ତୁ  କେବେ କରିବୁନି

     ଭଲ କହୁଥିବୁ ଯେତେ

ଯଦି କେବେ ତୁହି  ଚୁଗୁଲୀ କରିଲୁ

     ଲକ୍ଷ୍ମୀ ଛାଡ଼ିଯିବ ତତେ।


ପର ନୁହନ୍ତି ଯେ  ପିତା ମାତା ତୋର

   ତାଙ୍କ ସେବା କରିବୁ ଯେତେ

ତାଙ୍କୁ ଖୁସି କଲେ  ତୁ ଦୁନିଆଁ ଜିତିବୁ

   ସବୁ ମିଳିଯିବ ତତେ।



Rate this content
Log in

Similar oriya poem from Inspirational