STORYMIRROR

Monalisha Panda

Children

3  

Monalisha Panda

Children

ମୋ ବିଦ୍ୟାଳୟ

ମୋ ବିଦ୍ୟାଳୟ

1 min
203

ଆହା କି ସୁନ୍ଦର ମୋ ବିଦ୍ୟାଳୟ

ବିଦ୍ୟାଳୟ ନୁହେଁ ସେ ତ ମମତାଳୟ ।। 


ବିଦ୍ୟାଳୟର ସେ ଶାନ୍ତ ପରିବେଶ 

ମନକୁ ଦିଏ ମୋ ଆନନ୍ଦ ଅଶେଷ ।।

 

ସାଙ୍ଗମାନଙ୍କ ସହ ସେ ନିଆରା ଅନୁଭୂତି 

ଯେତେ ବର୍ଣ୍ଣନା କଲେ ନାହିଁ ତା'ର ଇତି ।। 


ସମାପ୍ତ ହୋଇଗଲା କେତେବେଳେ ଯେ ସମୟ 

ଦେଖୁ ଦେଖୁ ମୁଁ ନେଲି ବିଦ୍ୟାଳୟରୁ ବିଦାୟ ।। 


ବିଦ୍ୟାଳୟରୁ ମୁଁ ଯେତେ ଦୂରକୁ ଯାଏ 

ବିଦ୍ୟାଳୟର ଅଭୁଲା ସ୍ମୃତି ଭୁଲି ନ ପାରେ ।। 


ଅଗଷ୍ଟ - ୪ରେ ମୋ ବିଦ୍ୟାଳୟ ଜନ୍ମ ଦିବସ 

ବିଦ୍ୟାଳୟ ପାଇଁ ମୁଁ ଆଜି ହୋଇଛି ବଡ଼ ମଣିଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children