STORYMIRROR

ବଳରାମ ବାରିକ

Inspirational Others

3  

ବଳରାମ ବାରିକ

Inspirational Others

ମୋ ଭାରତ

ମୋ ଭାରତ

1 min
13.3K


ଏଇ ମୋ ଭାରତ,ବିଶ୍ଵର ଗୁରୁ

ଦିଗ ଦର୍ଶନ ଦିଏ ଜଗତକୁ।

କଳା ସଂସ୍କୃତି ,ଧର୍ମ ଐତିହ୍ୟ

ଜନମ ନେଇଛି ଏହା ଜଠୁ ।

ସଭ୍ୟତା କୁ ଯିଏ ସଭ୍ୟ କରିଛି

ଜ୍ଞାନ ବାଣ୍ଟିଛି ଦେଶ ବିଦେଶେ ।

ଜ୍ୟୋତି ବିଜ୍ଞାନର ଅଲୋକେ

ଯାର,ମହା ମଣ୍ଡଳ ଉଠି ଝଲସେ ।

ପ୍ରଥମେ ସଘନ, ସ୍ଵାଦିଷ୍ଟ ଭୋଜନ

ଖୁଆଇଲା ଯିଏ ମହାଦେଶକୁ ।

ବସ୍ତ୍ର ପିନ୍ଧାଇଲା ଦୁନିଆକୁ ପୁଣି

ଶୂନ ରୂପେ କଲା ମହା ଦାନକୁ।

କରିଲା ନିଦାନ, ବ୍ୟାଧି ଶରୀରର

ଦେଇ ଆୟୁର୍ବେଦ, ଶଲ୍ୟ ପଦ୍ଧତି ପରା।

ଅନ୍ତର୍ମୁଖୀ କଲା ଚେତନାକୁ ପୁଣି

ଅଷ୍ଟାଙ୍ଗ ଯୋଗ ଓ ପ୍ରାଣାୟମ ଦ୍ୱାରା।

ସଙ୍ଗୀତ ନୃତ୍ୟ ଉତ୍ପତି ଯେଉଁଠୁ

ପ୍ରଥମ ମୂର୍ଚ୍ଛନା ଝଙ୍କରିଲା।

ଧାତୁ ଅଧାତୁର ଉଦ୍ଭାବନ ଆଣି

ଜଗତେ ନିନାଦ କରାଇଲା।

ଜଳରେ ନୌକା ଉର୍ଦ୍ଧେ ବ୍ୟମୋଯାନ

ତଟ ଦେଶେ ଗଡି ଚାଲିଲା ଚକ।।

ସାପ ସିଡ଼ି ଠାରୁ ସତରଞ୍ଜ ଯାଏଁ

ସୃଷ୍ଟି କରିଛି ମୋ ଭାରତ ଏକ।।

ବଳରାମ ବାରିକ


Rate this content
Log in

Similar oriya poem from Inspirational