STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

''ମୋ ଭାରତ''

''ମୋ ଭାରତ''

1 min
96

କେଡ଼େ ଭାଗ୍ୟମାନ

ଅଟେ ମୁହିଁ

ଦିନ କଟେ ମୋର

ତୋତେ ଚାହିଁ


ମାଆ ନୁହେଁ ତୁହି

ମାଟି ମାଆ

ବିପଦେ ଆପଦେ

ତୁହି ସାହା


ତୋ ପାଇଁ ସକାଳ

ଆସେ ହସି

ତୋ ପାଇଁ ଦିନ ବି

ଲାଗେ ଖୁସି


ତୋ ଶସ୍ୟ ସମ୍ପଦ

ରଖେ ମାନ

ତୋ ପାଇଁ ଖୁସି ଯେ

ଏ ଜୀବନ


ଧନ୍ୟ ତୁହି ମାତା

ମୋ ଭାରତ

ତୋ ପାଇଁ ଆଜି

ମୁଁ ଗର୍ବୀତ


ବୀର ଜନ୍ମଦାତ୍ରୀ

ମାଆ ତୁହି

ତୋ ପରି ଜଗତେ

କେହି ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract