ମୋ ଭାରତ
ମୋ ଭାରତ
ଯାହାର ମୂର୍ତ୍ତିକା ମାଧୁରିମା ବାସ୍ନା କରେ ବିମୋହିତ ଚିତ୍ତ
ସେହି ମୋର ସ୍ବର୍ଗ ସେହି ମୋର ନର୍କ ଜନ୍ମଭୂମି ମୋ ଭାରତ ।
ମୁକୁଟ ଯାହାର ରୌପ୍ୟ ହିମାଳୟ ପାଦ ଧୁଏ ଯା'ର ଗଙ୍ଗା
ବୃକ୍ଷରେ ଶୋଭିତା ସବୁଜ ଶାଢୀକୁ ପିନ୍ଧି ମାଆ ମୋର ଉଭା ।
ଶିଖ୍ ,ମୁସଲିମ, ହିନ୍ଦୁ, ଖ୍ରୀଷ୍ଟୀଆନ୍ ସର୍ବେ ଏକକାର ହୋଇ
ଉତ୍ସବ ପାଳନ୍ତି ଏ ଦେଶ ବୁକୁରେ ସତେ କି ଭଉଣୀ ଭାଇ ।
ପ୍ରେମରେ ଯାହାର ଅମୃତ ବରଷେ ଅତିଥି କୁଦେବ ମାନି
ଯୁଗ ଯୁଗ ଧରି ଅବର୍ତ୍ତୀଣ୍ଣ ପ୍ରଭୂ ଧନ୍ୟ ଏହି ଦେବ ଭୂମି ।
ପାହାନ୍ତି ଯାହାର ଶିଶିର ଭରା ସନ୍ଧ୍ୟା ଯା'ର ଜ୍ୟୋସ୍ନାସିକ୍ତ
ଯାହାର ଝରଣା ଅହରହ ଗାଏ ମୃଦୁ ମଧୁଝରା ଗୀତ ।
ବୈଶାଖ୍ୟ ଯାହାର ନିଦାଘ ପ୍ରଖର ବାରିଧାରା ଆଶାଢର
ଶୀତ ଯା'ର ଢାଙ୍କେ ବରଫ ଚାଦର ବସନ୍ତ ଢାଳେ ସମ୍ଭାର ।
ଯୋଗୀ,ମୁନି ,ଋଷି ସର୍ବଦା ଯା ପାଦେ ନୁଆଁଇ ଦିଅନ୍ତି ମଥା
ମାଆ ଠାରୁ ବଳିମୋର ଭାରତର ଗାଇଲେସରେନି ଗାଥା ।