STORYMIRROR

Niranjan Mishra

Abstract

4  

Niranjan Mishra

Abstract

ମୋ ଭାଇ ହାତେ ବାନ୍ଧିବି ରାକ୍ଷୀ

ମୋ ଭାଇ ହାତେ ବାନ୍ଧିବି ରାକ୍ଷୀ

1 min
392


ଆସୁଛି ଏବେ ଗହ୍ମାପୁନେଇଁ

ଶ୍ରାବଣ ମାସ ଶେଷ ।

ମୋ ଭାଇ ହାତେ ବାନ୍ଧିବି ରାକ୍ଷୀ

ହୋଇବ ସେ ହରଷ ।୧।

ରକ୍ଷା ବନ୍ଧନ ହୁଏ ଏ ଦିନ

ରେଶମ ରାକ୍ଷୀଟିଏ ।

ଭାଇ ହାତରେ ବାନ୍ଧିବି ବୋଲି

ଭାଇ ମୋ ଚାହିଁଥାଏ ।୨।

ସବୁ ବରଷ ଏଇ ଦିନରେ

ଭାଇକୁ ମୋର ରାକ୍ଷୀ ।

ବାନ୍ଧୁଛି ମୁହିଁ ହରଷ ହୋଇ

ରାକ୍ଷୀଟି ଅଛି ସାକ୍ଷୀ ।୩।

ପିଠା ଓ ମିଠା ଖୁଆଇ ଦେଇ

ରାକ୍ଷୀଟି ବାନ୍ଧିଦିଏ ।

ଚନ୍ଦନ ସିନ୍ଦୂର ତାକୁ ଦେଇ

ଦୀପରେ ମୁଁ ବନ୍ଦାଏ ।୪।

ଫୁଲ ଅକ୍ଷତ ମଥାରେ ଦେଇ

ମନାସେ ତାର ଶୁଭ ।

ରାକ୍ଷୀଟି ପରା ବାନ୍ଧିଛି ମୁହିଁ

ରକ୍ଷା ତାର ହୋଇବ ।୫।

ଭାଇର ରକ୍ଷା ହୋଇଲେ ସଦା

ରଖିବ ସେ ମୋ ମାନ ।

ଭାଇ ଭଉଣୀ ସେନେହ ପ୍ରୀତି

ପର୍ବ ରକ୍ଷା ବନ୍ଧନ ।୬।



Rate this content
Log in

Similar oriya poem from Abstract