ମୋ ବାପାଙ୍କ ପରଲୋକରେ
ମୋ ବାପାଙ୍କ ପରଲୋକରେ
ବାପା ଚାଲିଗଲେ । ଏମିତି ଦିନେ ନା ଦିନେ ଯାଇଥାନ୍ତେ- ଆଜି
ଚାଲିଗଲେ । କାହିଁ ସୂର୍ଯ୍ୟ ଚନ୍ଦ୍ରଙ୍କର ସ୍ଥିତି ଓ ଗତି ବଦଳି ନ ଗଲାତ ।
ପୃଥିବୀ ପୃଷ୍ଠରେ ଜୀବଜନ୍ତୁ । କିନସାଧାରଣଙ୍କ ଦିନ ଚର୍ଯ୍ୟାରେ
ବି କିଛିଟା ପରିବର୍ଭନ ଦୃଷ୍ଟିଗୋଚର ହୋଇନି ତ । ଖାଲି ତାଙ୍କର
ପୁଅଝିଅ, ନାତିନାତୁଣୀ, ଜ୍ଞାତି କୁଟୁମ୍ବ କିଛିଟା ଦୁଃଖରେ ଭାଙ୍ଗି
ପଡିଛନ୍ତି । ରିଂ ରୋଡରେ ପ୍ରାତଃ ଓ ସାନ୍ଧ ଭ୍ରମଣ ସେଇମିତି
ଚାଲିଅଛି ।
ବାପା ଥିଲେ ଜଣେ ନିର୍ମାୟା ପୁରୁଷ ନିର୍ବିକାର, ନିର୍ବଶ୍ୟକ
ବ୍ୟକ୍ତିତ୍ । ସାଧାରଣ ହିସାବ କିତାବରୁ ବହୁ ଉର୍ଦ୍ଧରେ ସେ ।
ଅଶୀତିପର ବୟସରେ ମଧ୍ୟ ସେ ଥିଲେ ଜଣେ ଟିକିନିଖୁ ପଢ଼ିଲା
ବାଲା- ସମ୍ବାଦପତ୍ର ର ପ୍ରତିଷ୍ଠାତାଙ୍କ ୪ରୁ ଆରମ୍ଭ କରି
ସଂପାଦକଙ୍କ ପର୍ଯ୍ୟନ୍ତ। ଆମ ଘରକୁ ସମାଜ, ସଂବାଦ ସହ
ଅଗ୍ନିଶିଖା କାଗଜ ମଗାଇବା ଆରମ୍ଭ କଲେ ସେ । ପଚାରିଲାରୁ
କହିଲେ, ଜାତୀୟ ଖବର ସହ ଅଂଚଳିକ ଖବର ମଧ୍ୟ କିଛିଟା
ଜାଣିବା ଉଚିତ୍ ।
ସମ୍ବଲପୁର ଗୁରୁପଡା ନିବାସୀ ମୋ ବାପା ଦାରିଦ୍ର୍ୟର
କଷାଘାତରେ ଜର୍ଜରିତ ହେଲେ ବି ସ୍ତ୍ରୀୟ ଇଚ୍ଛାଶକ୍ତି, ଦୃଢ଼
ଅଧ୍ୟବସାୟ ଓ କଠିନ ପରିଶ୍ରମ ବଳରେ ବି.ଏ, ବି.ଏଡ୍, ପାସ
କରି ରେଢ଼ାଖୋଲ ହାଇସ୍କୁଲର ବିଜ୍ଞାନ ଶିକ୍ଷକ, ହାତୀବାରିର
ସ୍କୁଲ ଏସ.ଆଇ, ଯୁଯୋମୁରାର ମି.ଇ ସ୍କୁଲ ପ୍ରଧାନ ଶିକ୍ଷକ,
ଝାରସୁଗୁଡା (୨ ଥର) ଏସ୍.ଆଇ, ରେଙ୍ଗାଲି ଏସ୍.ଆଇ, କଣ୍ଡଳ
ଏସ୍.ଆଇ, ଗାଇସି ଲେଟ୍ ହାଇସ୍କୁଲ ପ୍ରଧାନ ଶିକ୍ଷକ,
ଭଜାମୁଣ୍ଡାରେ ପ୍ରୋଜେକ୍ଟ ଅଫିସର, ଏଡଲଟ୍ ଏଜୁକେଶନ ଓ
ପରି ଶେଷରେ କୁକେଲା ହାଇସ୍କୁଲ ପ୍ରଧାନ ଶିକ୍ଷକ।
(ଓ.ଇ.ଏସ୍.-I) ରେ ଅବସର ଗ୍ରହଣ କଲେ । ବିଭିନ୍ନ ସ୍ଥାନରେ
କାମ କରି ମଧ୍ୟ ତାଙ୍କର ନୀତି ଅପରିବର୍ଭନୀୟ ଥିଲା ।
ଅବସର ଗ୍ରହଣ ପରେ ବାପା ଗୋପାଲମାଲର “ଗୋକୁଳ’ ଟ୍ରଷ୍ଟ
ଦ୍ବାରା ନିର୍ମିତ ରାଧାକୃଷ୍ଣ ମନ୍ଦିର କମିଟିର ସଭାପତି ରୂପେ ଗୀତା
ଜୟଜୀ, ପ୍ରବଚନ, ଭାଗବତ ପାରାୟଣ ତଥା ଚବିଶ ପ୍ରହରୀ
ନାମଯଜ୍ଞ ପ୍ରଭୃତି ଆୟୋଜନରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ।
ନାମଯଜ୍ଞ ଦଳ ଖୋଜିବା ପାଇଁ ସେ ଚାରପାଲି, ଚିପିଲିମା ପର୍ଯ୍ୟନ୍ତ
ଯାଇଥିଲେ।
ମୁଁ ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଥିବା
ସମୟରେ ସସାମୁରାରୁ ମିଠା, ଗଜା ଆଣେ ଯାହା ବାପାଙ୍କର
ପରମପ୍ରିୟ। ସେ ତାଙ୍କର ବନ୍ଧୁ ମଣ୍ଡଳୀକୁ ଥରେ ଘରକୁ ଡାକି
ସେହି ମିଠାଗଜାରେ ଆପ୍ୟାୟିତ କଲେ । ତାଙ୍କର ବନ୍ଧୁବର୍ଗ ପ୍ରସ୍ତାବ
ଦେଲେ ଏପରିକି ସେମାନେ ସମସ୍ତେ ଜିଦ୍ ଧରିଲେ ଯେ ସମସ୍ତେ
ସସାମୁରା ଯାଇ ସେ ଗଜାର ପ୍ରସ୍ତୁତି ପ୍ରଣାଳୀ ଅଧ୍ୟୟନ କରି
ଆସିବେ ବାପା ତାଙ୍କର ମନର କଥା କହିବାରୁ ମୁଁ ତାଙ୍କୁ ବିରୋଧ
କରି କହିଲି, ତୁମେ ଯେବେ ଚାହିଁବ, ତେବେ ମୁଁ ଯଥେଷ୍ଟ
ପରିମାଣରେ ଗଜା ଆଣିଦେବି । କିନ୍ତୁ ସେଥୁପାଇଁ ଏତେ କୁଛ
ସାଧନାର ଆବଶ୍ୟକତା ନାହିଁ । ଆମ ପଡ଼ାର ପଟେଲ ବାବୁ ଓ
ବଇଦ ଥିଲେ ବାପାଙ୍କର ଭ୍ରମଣ ପାନର । ସେ ଦୁଇଜଣଙ୍କୁ,
ସାଙ୍ଗରେ ନେଇ ସେ ଅଲେଇପଡାରୁ ଦଲେଇପଡା ପର୍ଯ୍ୟନ୍ତ
ପ୍ରତ୍ୟହ ବୁଲି ଆସନ୍ତି । ଏବଂ ତାଙ୍କର ଭ୍ରମଣର Receipt
Expenditure Statement ତାଙ୍କର ପକେଟ ଡାଏରୀରେ ଲିପିବଦ୍ଧ
କରିଥାନ୍ତି ଓ ତାହାକୁ ମୋ ଝିଅକୁ ପଡ଼ିବା ପାଇଁ ଆସନ୍ତି ।
ଇଂରାଜୀ ସାହିତ୍ୟ ପ୍ରତି ବାପାଙ୍କର ଅଦମ୍ୟ ଆକର୍ଷଣ ଥିଲେ
ସେ ଚାକିରୀ କଲାପରେ ଇଂରାଜୀରେ ପ୍ରାଇଭେଟ୍ ଏମ୍.ଏ.
କରିବା ପାଇଁ ମନସ୍ଥ କରିଥିଲେ ଏବଂ The History of English
Language (Albat C.Bagh) Chamber's 20th Century
Dectionery ଇତ୍ୟାଦି ପୁସ୍ତକ ଗୁଡିକ ଆଣି ରୀତିମତ ଅଧ୍ୟୟନ
ଆରମ୍ଭ କରି ଦେଇଥିଲେ।
କିନ୍ତୁ ତାଙ୍କର ଏ ଜୁଆରରେ ଭଟ୍ଟା ସାଜିଲେ ମୋ ଗାଁ । ଘର
କାମ ନ କରି ନିଜ କାର୍ଯ୍ୟ ନିର୍ଦ୍ଦେଟ ବାହାରେ ଅଯଥାରେ ପଢ଼ି
ବସିବା ମୋ ମାଙ୍କ ପସନ୍ଦ ନ ଥିଲା ।
ବାପା ଆଧ୍ୟାମି କ ଲାଇନର ତ ଥିଲେ- ଗୀତା ପ୍ରେସ
ଗୋରଖପୁରରୁ କଲ୍ୟାଣ (ହିନ୍ଦୀ), ଯୁଗଶକ୍ତି ଗାୟତ୍ରୀ ଓ ଅଝଡ
ଜ୍ୟୋତିର ଆଜୀବନ ଗ୍ରାହକ ଥିଲେ ସେ। ତା ବାହାରେ ସେ
ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତର ମନ୍ତ୍ରମୁଗଧ ଶ୍ରୋତା ମଧ୍ୟ ଥିଲେ
ସେ କ୍ରିକେଟର ଲୋକପ୍ରିୟତା ବଢ଼ିବା ପରେ ରେଡିଓରେ
କମ୍ୟୁଟରୀ ଶୁଣିବା' ଓ ପରେ ଟି.ଭି ଆସିବା ପରେ କ୍ରିକେଟ
ମେଟ୍ ଦେଖିବା ତାଙ୍କର ଏକ ସତ୍ତକରେ ପରିଣତ ହୋଇଗଲେ
ସେ ରାଷ୍ଟ୍ରଭାଷା ହିନ୍ଦୀରେ ରନ୍ ଉପାଧୁ ଯାଇଥିଲେ। କିଛି ଦିନ
ଉହଁ ମଧ୍ୟ ସେ ଶିଖିବା ପାଇଁ ଯାଉଥିଲେ।
ଏମିତି ଜଣେ ଶାନ୍ତ, ସରଳ, ଭଦ୍ର, ଅମାୟିକ, ଚିରସବୁଜ ବ୍ୟକ୍ତି
ଯେ ଦିନେ କାଳର କରାଳ ପ୍ରବାହରେ ଆମ ଗହଣରୁ ହଠାତ୍
ଅପସରି ଯିବେ- ଆମ ଘରକାନ୍ଥରେ ଏକ ସ୍ଥିରଚିତ୍ର ହୋଇ
ରହିଯିବେ, ଏହା ଅନ୍ତତଃ ମୋ କଳ୍ପନାର ବାହାରେ ଥିଲା। ବିଗତ
୬ ମାସ ହେଲା ଯଦିଓ ସେ ଘରୁ ବାହାରୁ ନଥିଲେ କିନ୍ତୁ ଘର
ଭିତରେ ଚଳପ୍ରଚଳ, ନିଜ କାମ ନିଜେ କରି ପାରୁଥିଲେ ସେ ।
୨୦୧୫ରେ ତାଙ୍କ ବିବାହର ସ୍ଵର୍ଣ୍ଣଜୟନ୍ତୀ ମହା ଆଡମ୍ବର
ସମାରୋହରେ ପାଳିତ ହୋଇଥିଲା । ମୋ ମାଙ୍କ ରଚିତ ଏକ ସ
ଭଜନମାଳା ଶ୍ରଦ୍ଧାଜଳି’ର ଉନମୋଚନ ମଧ୍ୟ ହୋଇଥିଲା ସେ
ଦିନ । ୨୦୧୬ ଏପ୍ରିଲରେ ମାଙ୍କ ଅକାଳ ବିୟୋଗରେ ବାପା
କିଛିଟା ଭାଙ୍ଗି ପଡିଥିଲେ । ତଥାପି ନିଜ ମନକୁ ବୁଝେଇ ସେ
ସ୍ବାଭାବିକ ରୂପେ ଚଳୁଥିଲେ ।
ବିଗତ ୨୩ ବର୍ଷ ହେବ ସେ ସରକାରଙ୍କ ଠାରୁ ପେନସନ୍
ପାଉଥିଲେ । ବାଲ୍ୟଜୀବନରେ ଅଭାବ ଗ୍ରସ୍ତ ବାପା ଏବେ
ଲକ୍ଷପତି । କିନ୍ତୁ ସେଥୁପାଇଁ ତାଙ୍କର ଅହଂକାର, ପର୍ବ ଅବା ଆମ୍
ବଡ଼ିମା କେବେ ବି ନଥୁଲା । ନିମିଷକ ମଧ୍ୟରେ ପରକୁ ଆପଣାର
କରିବାର ଏକ ଯାଦୁକରୀ ଶକ୍ତିର ଅଧୁକାରୀ ଥିଲେ ସେ। ତାଙ୍କ
ଛାତ୍ରମାନେ ଯେଉଁ ମାନେ ଅବସର ପରେ
ସମ୍ବଲପୁରରେ ସେଲଡ଼, ପ୍ରାୟତଃ ଆମ
ଘରକୁ ଆସନ୍ତି “ଗୁରୁବାପାଙ୍କ ଦର୍ଶନ ପାଇଁ ।
ସେ ତାଙ୍କର ସମସ୍ତ ସାମାଜିକ obiligations
ପୂର୍ଷ କରି ସାରିଥିଲେ ଏବଂ ତାଙ୍କ ପରି
ବୃହଦାକାର ବଟବୃକ୍ଷର ଅଭୟ ଆଶ୍ରୟରେ ଆମେ ମାନେ
ଜାଣିପାରିଲୁନି କେମିତି ମହାନଦୀରେ ପରସ୍ତ ପରସ୍ତ ପାଣି
ବହିଗଲା, ଦ୍ବିତୀୟ ପୋଲ ନିର୍ମାଣ ହୋଇଗଲା- ପ୍ଲାଏ ଓଭର
ସମାପ୍ତ ପ୍ରାୟ, ସମ୍ବଲପୁରରେ IM ଏହିପରି ବହୁବିଧ ଜନହିତକର
କାର୍ଯ୍ୟକ୍ରମ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଂଚି ସାରିଛି ।
୧୯୮୭ ଜାନୁଆରୀ ୧ରେ ବାପା ନବବର୍ଷ ସଂକଳ୍ପ ନେଇଥିଲେ-
ଆଉ ଆଇଁଷ ଖାଇବି ନାହିଁ। ଶୂନ୍ୟ ଶୂନ୍ୟ ମହାଶୂନ୍ୟରୁ
ଗୋପାଲମାଲରେ ଏକ ତ୍ରିତଳ ପ୍ରାସାଦ, ଚାରି ଚାରିଟା ସନ୍ତାନ
ସନ୍ତତିକୁ ମଣିଷ କରି ସେ 'ତାଙ୍କର ସ୍ଵର୍ଣ୍ଣାଭ କେରିଅରରେ
ଦେଇଥିଲେ ଏକ ମିସ ଟଚ୍ । ସେ କିଛିଟା ଇଂରାଜୀ କବିତା
ବି ଲେଖୁଛନ୍ତି । ତାଙ୍କଠାରୁ ଉତ୍ତରାକାର ସୂତ୍ରରେ ମୁଁ ବହି ପଢ଼ିବା
ଓ ନିୟମିତ ରୂପେ କ୍ରିଏଟିଭ ରାଇଟିଂଗରେ ମାତିବା ଶିଖିଛି।
ଏଥିପାଇଁ ସେ ଥିଲେ ପ୍ରେରଣାର ଏକ ଚିରନିଙ୍କିର ଉତ୍ସ- ମଧୁଷର ସୁରଭୀ
ସୁରଭ
ଏବେ ବାପାଙ୍କର ଶେଷକୃତ୍ୟ ସାରି ଘରକୁ ଆସିଛି । ତାଙ୍କ
ଆବର୍ଭମାନରେ ଏକ ଖାଁ ଖାଁ ଭାବ ମୋତେ, ମୋ ଧର୍ମପତ୍ନୀଙ୍କୁ
ଏବେଠାରୁ ଗୋଡାଇ ବସିଲାଣି । ଭଲଲୋକମାନଙ୍କୁ ଭଗବାନ
ଶୀଘ୍ର ତାଙ୍କ ପାଖକୁ କାହିଁକି ନେଇ ଯାଆନ୍ତି ଏ ପ୍ରଶ୍ନର ଉତ୍ତର
ସଂଧାନ କରିବା ଏବେ ମୋର ଦାୟିତ୍ୱ ।
ବାପା ଥିଲେ ଜଣେ ନିରୋଳା, ନିରୁତା ମଣିଷ । ଖାଟି
ଖାଦ୍ୟ ଖାଇଥିବାରୁ ସେ ଯେପରି ଦୀର୍ଘଜୀବୀ ହେଲେ ,
ସେହିପରି ଖଟି ଗୁଣଗ୍ରାମର ଅଧ୍ୟକାରୀ ହୋଇଥିବାରୁ ସେ
ତାଙ୍କ ପ୍ରିୟ ଶ୍ରୀମଦଭାଗବତ ଗୀତାର ଉର୍ଭୟ ଜ୍ଞାନଯୋଗ ଓ
କର୍ମଯୋଗରେ ବ୍ୟାପୃତି ହାସଲ କରିଥିଲେ ।
ସେ ଯାହା ହେଉ । ବାପା ଆଜି ଆମ ଗହଣରେ ନାହାନ୍ତି
କିନ୍ତୁ ତାଙ୍କର ଅନୁପ୍ରେରିତ ଦିଗଦର୍ଶନ ଦ୍ଵାରା ଆମ ସମସ୍ତଙ୍କର
ଚଲାପଥ ଯେ ସୁରଭିତ, କୁସୁମିତି ହେବ, ଏ ବିଶ୍ଵାସ ମୋର
ଅଛି । ଆକାଶରେ ତାରା ହୋଇଯାଇଥିବା ମୋ ବାପାଙ୍କ
ହିଂଜି ମିଂଜି ଆଲୁଅରେ ମଧ୍ୟ ଦିଗଭ୍ରଷ୍ଟ ନାବିକ କୂଳର୍
ପହଂଚିବ, ଏହା ସ୍ଵତଃସିଦ୍ଧ । ଭଗବତ୍ ଉପଲବ୍ଧ ର ଅଂତିମ
ପର୍ଯ୍ୟୟ ରେ ପହଂଚି ଥି ବା ମୋ ବାପାଙ୍କୁ ଅସ ରାଏ
ଆଶୀର୍ବାଦ ଦ୍ଵାରା ଆମମାନଙ୍କର ଜୀବନ ସାର୍ଥକୁ ହେବ ଏବଂ
ସଂପର୍କର ନୂତନ ଡୋରି ରେ ବଂଧା ହେଇ ଅଚି ରେ,
ଦିଗବଳୟର ସେ ପାରିରୁ ନୂତନ ଦ୍ରଟିଏ ଇଂକି ମାରିବ-
- ଉଇ ହୁକ ହୋଇ ଯାଉଥିବା ମଣିଷମାନେ ନୂତନ
ଜୀବନ୍ୟାସ ପାଇବେ ବାସନ୍ତୀକ ଏକ ଶ୍ରାବଣୀ କବିତାରେ-
