STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ମୋ ବାପା

ମୋ ବାପା

1 min
189


ମୋ ବାପା ମୋ ପାଇଁ

  କରୁଣାର ଗନ୍ତାଘର

ମୋ ବାପା ମୋ ପାଇଁ

  ସ୍ନେହ ରୂପୀ ପାରାବାର।


ନର ରୂପୀ ନାରାୟଣ

  ମୋ ପାଇଁ ମୋ ବାପା

ତାଙ୍କ ପାଇଁ ପାଇଛି ମୁଁ

  ଜୀବନରେ ପୂର୍ଣ୍ଣତା।


ଯାହା ପାଇଁ ଦୁନିଆଁକୁ

  ପାଖରୁ ମୁଁ ଦେଖୁଛି

ତାଙ୍କରି ଆଙ୍ଗୁଠି ଧରି

  ହାତଧରି ଚାଲିଛି।


ତାଙ୍କ ଓଠ ଭାଷା ବୁଝି

  କଥା କହି ପାରିଲି

ତାଙ୍କରି ଅମୃତ ସମ 

   ଭାଷା କର୍ଣ୍ଣେ ଶୁଣିଲି।


ମୋ ବାପା ମୋ ପାଇଁ

  ସତ୍ୟ ଶିବ ସୁନ୍ଦର

ତାଙ୍କ ପାଦେ ମଥା ପାତି

  କରେ ସଦା ଜୁହାର।


ବାପାଙ୍କର ଆଶୀର୍ବାଦ

  ଅଛି ତୋର ମଥାରେ

 ତାଙ୍କ ଯୋଗୁଁ ଲେଖେ ଯାହା

  ଏହି ମୋର ଭାଷାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational