Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAKHAL CHANDRA SWAIN

Inspirational

4.2  

RAKHAL CHANDRA SWAIN

Inspirational

ମୋ ବାପା

ମୋ ବାପା

1 min
258



ତୁମେ କାହିଁକି ଏତେ ଅତ୍ୟାଚାରୀ ଥିଲ,

ଆଜି, ମୁଁ ବୁଝୁଛି ବାପା,

କାରଣ, ଆଜି ମୁଁ ବି ବାପା ହେଇଛି।


ପାଠ ନ ପଢିଲେ, ଛାଟ ମାରି,

କାହିଁକି ,ମୋ କ୍ରୋଧର ଶିକାର ହେଉଥିଲ,

ଆଜି ମୁଁ ବୁଝୁଛି ବାପା,

କାରଣ ଆଜି ମୁଁ ବି ବାପା ହେଇଛି।


ହଳେ ଧୋତି ପଞ୍ଜାବୀ ରେ,

କାହିଁକି, କାଳ ପାହି ଦେବାକୁ ପସନ୍ଦ କରୁଥିଲ,

ଆଜି ମୁଁ ବୁଝୁଛି ବାପା,

କାରଣ, ଆଜି ମୁଁ ବି ବାପା ହେଇଛି।


"ବାପା" ଶବ୍ଦ ର ଅର୍ଥ ସେ ଦିନ ବୁଝିଲି,

ଯେବେ,ଗୋଟିଏ ହାତରେ ସାଇକେଲ,

ଆଉ ଆର ହାତରେ ପିଲାକୁ ଧରି,

ଶୂନ୍ୟ ହସ୍ତରେ,

ସରକାରୀ ଡ଼ାକ୍ତରଖାନାକୁ ଧାଉଁଥିଲି।


"ବାପା "ଶବ୍ଦର ଅର୍ଥ ସେ ଦିନ ବୁଝିଲି,

ଯେବେ, ପଡ଼ିଶା ଘର ର ପିଲା,

ସୁଟ୍,ବୁଟ୍, ପିନ୍ଧି,

ପବ୍ଲିକ ସ୍କୁଲ ଯାଉଥିବାବେଳେ,

ମୋ ପିଲା,ଖାଲି ପାଦରେ,

 ଗାଁ ପ୍ରାଥମିକ ସ୍କୁଲକୁ ଯାଉଥିଲେ।


"ବାପା" ଶବ୍ଦ ର ଅର୍ଥ ସେ ଦିନ ବୁଝିଲି,

ଯେବେ,ତମ ଅନ୍ତରର ଭାଷା,

ମୋ ଅନ୍ତର ଭିତରେ ମିଶି କହୁଥିଲା,

"ମୁଁ ସିନା ପଛରେ ରହିଗଲି,

ହେଲେ,ମୋ ପିଲା ପଛରେ ନ ରହନ୍ତୁ।

ମୁଁ ଯାହା ଦୁଃଖ ପାଇଲି ପଛେ,ଦୁଃଖ ନାହିଁ,

 ହେଲେ,ମୋ ପିଲା ସୁଖରେ ରହନ୍ତୁ।"


ତମ କ୍ରୋଧ ପଛରେ ଥିବା,

ଆମ ପ୍ରତି ଲୁକ୍କାୟିତ ମଙ୍ଗଳ ଚିନ୍ତା କୁ,

ମୁଁ ଆଜି ବୁଝି ପାରିଛି ବାପା।

କାରଣ, ଆଜି ବି ମୁଁ ବାପା ହେଇଛି।


ତୁମେ ଅତ୍ୟାଚାରୀ ନୁହଁ ବାପା,

ଅତ୍ୟାଚାରୀ ମୁଁ।

ତମର ବାର୍ଦ୍ଧକ୍ୟ ରେ,

ତମର ସ୍ଵାସ୍ଥ୍ୟ ପ୍ରତି ଦୃଷ୍ଟି ନ ଦେଇ,

ତମର ସଂଚିତ ଜମିରୁ ,ଉପୁଜିଥିବା ଫସଲକୁ ,

ତମ ପାଇଁ ଖର୍ଚ୍ଚ ନ କରି,

ସବୁ ,ଆତ୍ମସାତ କରିଛି ମୁଁ।


ତୁମେ ଅନ୍ୟାୟୀ ନୁହଁ ବାପା,

ଅନ୍ୟାୟୀ ମୁଁ।

ତମର ହକ୍ କ୍ଷୀରି ମାଲପୁଆ କୁ,

ତମ ଜୀବିତାବସ୍ଥାରେ,

ତମକୁ ନ ଦେଇ,

ତମ ଏକାଦଶାହରେ,

ପାଞ୍ଚଖଣ୍ଡ ପଞ୍ଚାୟତ ରେ,

କ୍ଷୀରି ମାଲପୁଆ ରେ ଭାସୁଥିବା,

କେତେ ଜଣ ଅତିଥି ଙ୍କୁ ବାଣ୍ଟି ଦେଇ,

ଅତମ ପ୍ରତି ମୁଁ ଅନ୍ୟାୟ କରିଛି ।


ଆଉ ,ତମ ଗଢା ଘରେ ରହି,

ତମ ଲଗା ଗଛର ଫଳ ଖାଇ,

ତମ ଗଢା ଖଟରେ ଶୋଇ,

ଭାବୁଛି,ତମେ କେଡେ ମହାନ୍।


Rate this content
Log in

Similar oriya poem from Inspirational