ନାରୀ ପ୍ରେମମୟୀ
ନାରୀ ପ୍ରେମମୟୀ
ସକାଳରୁ ସଂଜ, ଯନ୍ତ୍ର ଭଳି ସେ
ସେବା କରି ଥାଏ
ବୁକୁ ତଳେ ଚାପି ଅଭାବକୁ, ବାଣ୍ଟେ
ସୁଖ ଶୀରି ସିଏ ।
ପ୍ରେମମୟ ସେ ତ ଅମୃତର ଝରଣା,
ଅଧରୁ ଅମୃତ ଝରେ
ଶବ୍ଦର ଭାଷା ନାହିଁ କହିବାକୁ କିପରି
ମନଟା ବନ୍ଧା ପରିବାର ଠାରେ ।
ନିଜ ଦେହ ରଖି ଫୁଙ୍ଗୁଳା, ଦେଇ ଚାଲେ
ସନ୍ତାନକୁ ଦାନା କନା
ସେ ମାଆା, ସଂସାର କର୍ମ ତାର ଏକା ସାଥି,
ଜଗତେ ତ ଏ କଥା ଜଣା ।
ମାପି ପାରୁନା ନାରୀର ଭଲ ପାଇବାର
ଗଭୀରତା କେତେ ?
ଭଲ ପାଏ ବେଶି ବୋଲି, ହେ ପୁରୁଷ ସମାଜ,
ଦେଉଛ ଆଘାତ ଏତେ ।
ସେ ତ ସହଧର୍ମିଣୀଟିଏ, ସହକର୍ମିଣୀଟିଏ
କୃପାମୟୀ ଓ କୃପାମୟୀ
ଆହ୍ଲାଦରେ ଅଜାଡି ଦେଉଛି ସ୍ନେହ ମମତା,
ହୀନ ଦୁର୍ବଳ ବୋଲି ଭାବ ନାହଁ ।