Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational Others

4.5  

Pranati Panda

Inspirational Others

କାଳିଆ ଠାକୁର ଲୀଳା

କାଳିଆ ଠାକୁର ଲୀଳା

1 min
247



କାଳିଆ ଠାକୁର ଲୀଳା କରିଦେଲେ

ଜାଣିଲେ ଜଗତ ଯାକ ,

ରଥ ବିଜେ ହେଲେ ସେ ' ତିନି ଠାକୁର

ଟିଭିରେ ଦେଖିଲେ ଲୋକ ।


ଏହି ଅନୁଭବ ମନେ ପକେଇବେ

କାଳ କାଳକୁ ଭକତ ,

କରୋନା ସତରେ କିସ ନକରିଲା 

ଭକ୍ତ ବିନା ରଥଯାତ ।


ଅନ୍ତର୍ଯ୍ୟାମୀ ପ୍ରଭୁ ଅନ୍ତର ଜାଣିଲେ

କୋଟି କୈବଲ୍ୟ ସେ ' ନାଥ ,

ନୀତି, ନିୟମକୁ ପାଳନ କରିଣ

ରଥ ବିଜେ ଜଗନ୍ନାଥ ।


ରଥ ଦଉଡିକୁ ବଡ଼ଦାଣ୍ଡେ ଟାଣେ

ବଡ଼ ଦେଉଳ ସେବକ ,

ସ୍ୱର, ତାଳ , ଛନ୍ଦେ ବେତ ହଲାଉଛି

ରଥରେ ବସି ଡାହୁକ ।


ଓଡ଼ିଆ ଗୌରବ ଓଡ଼ିଶା ଠାକୁର

କୋଟି ଭକତଙ୍କ ପ୍ରାଣ ,

ବିଶ୍ଵ ଦେଖୁଅଛି ଟିଭି ପରଦାରେ

ରକ୍ଷାକର ନାରାୟଣ ।


ନୁହେଁ ମୁଁ ଭକତ ଦେଖି ହେଲି ତୃପ୍ତ

ମହାପ୍ରଭୁ ମହାବାହୁ ,

ଅନୁଭବ କରି ଅଭିଭୂତ ହୁଏ

ତୋ' ପଦେ ଏ' ପ୍ରାଣ ଯାଉ ।


  


Rate this content
Log in

Similar oriya poem from Inspirational