STORYMIRROR

Dhaneswar Dash

Inspirational

4  

Dhaneswar Dash

Inspirational

ଭାବନାର ଅନ୍ତରାଳେ

ଭାବନାର ଅନ୍ତରାଳେ

1 min
266


ଚୋର କହେ ପ୍ରଭୁ ତୁମେ ହିଁ ଭରଷା

ଚୋରି କରିବାକୁ ଗଲେ,

ସାଧୁ କହେ ପ୍ରଭୁ ତୁମେ ହିଁ ଭରଷା

ରାତିରେ ଚୋର କୁ ଗଲେ,

ଯା' ମନ ଯେପରି ଭାବେ,

ଅନୁରୂପ ଫଳ ମିଳିଥାଏ ତାଙ୍କୁ

କଳ୍ପନା ସଙ୍ଗତେ ଭବେ ।


କିଏ କହେ ତୁମେ ଅବ୍ଯକ୍ତ ଠାକୁର

କିଏ କହେ କେହି ନାହିଁ,

ମନୋଭାବ ଯାହା ବ୍ଯକ୍ତ କରିଥାନ୍ତି

ନିଜ ବୋଧଗମ୍ୟ ପାଇଁ,

ମନର ମୂଳେ ଜଗତ,

କିଏ କାହାପାଇଁ ଖାଲ ଖୋଳୁଥାଏ 

କିଏ ଚିନ୍ତାକରେ ହିତ ।


କାହାର କର୍ମରେ ସୁ-ଫଳ ଫଳୁଛି

କାହା କର୍ମ ହୁଏ ବାମ,

ଯେଝା ଯେଝା ମତେ କର୍ମ କରିଥାନ୍ତି 

କିଏ ହୁଏ କର୍ମହୀନ,

ସକଳ ମନରେ ଚିନ୍ତା,

ମନ ମୁତାବକ ଫଳ ମିଳୁନାହିଁ

କିପରି ଏହା ଘଟନ୍ତା ?


ପ୍ରକୃତିର କିଛି ନିୟମ ରହିଛି

କେହି ଏଡିପାରେ ନାହିଁ,

ସବୁ ଚେଷ୍ଟା ସେଠି ବ୍ଯର୍ଥ ହୋଇଥାଏ 

ଘଟଣ ଯାହା ଘଟଇ,

କାହାର ନିର୍ଦ୍ଦେଶ ଏହା,

ସବୁରି ମନରେ ଚେତନା ଜାଗ୍ରତ 

ବିଧି ଖଞ୍ଜିଅଛି ଯାହା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational