STORYMIRROR

Alekha Pasad Moharana

Inspirational

4  

Alekha Pasad Moharana

Inspirational

ମଣିଷ ସାଜିଛି

ମଣିଷ ସାଜିଛି

1 min
220


ମଣିଷ ସାଜିଛି ଅମଣିଷ ଆଜି

ପଦ ପଦବୀରେ ହୋଇଣ ଅନ୍ଧ

ଧନ ଦଉଲତ ସମ୍ମାନ ଇଜ୍ଜତ

ସମ୍ପର୍କ ସୁଅରେ ବାନ୍ଧିଛି ବନ୍ଧ। (୧)

ଭୁଲି ଯାଇଅଛି ମଣିଷ ପଣିଆ

ଗରବ ଦମ୍ଭକୁ ମୁଣ୍ଡେଇ ମୁଣ୍ଡେ

ପ୍ରୀତି ଅନୁରାଗ ମମତା ସୋହାଗ

ହଜି ଯାଇଅଛି ତାହାର ତୁଣ୍ଡେ ।(୨)

ଅନ୍ଧାର ଖୋଜଇ ସ୍ପଷ୍ଟ ଦିବାଲୋକେ

ଶୋଷଣ ପାଲିରେ ଖେଳିବ ଖେଳ

ଶୋଷିବ ରକତ ଛାରପୋକ ସମ

ହେବାପାଇଁ ନିଜେ ସେ ଲାଲେ ଲାଲ ।(୩)

ବୁଦ୍ଧି ବିଚାରକୁ ଭୁଲିଯାଇ ନିଜେ

ପଦାଘାତ କରେ ଧରମ ଦେବ

ନୀତି ନୈତିକତା ଶୁଖିଲା ସଲିତା

ଲିଭିଲା ଦୀପରେ ତୈଳ ଅଭାବ।(୪)

ଏମିତି ଚଳଣି ବୁଡାଏ ସଂସାର

ମାନବ ପଣିଆ ହୁଅଇ ଲୁପ୍ତ

ଜୀବନର ଧାରା ହୁଏ ବାଟବଣା

ବିବେକ ପ୍ରଜ୍ଞାନ ହୁଅଇ ସୁପ୍ତ (୫)

ଦୁର୍ଲ୍ଲଭ ଜନମ ମହିରେ ଲଭିଛୁ

ନାରାୟଣ ତୋର ଜୀବନ ରସ

ସତ୍ୟର ପଥକୁ ସଦା ଅନୁସରି

ଧର୍ମ ଆଦରିଲେ ମିଳେ ହରଷ ।(୬)


Rate this content
Log in

Similar oriya poem from Inspirational