Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyochhna rani Devi

Inspirational

4  

Jyochhna rani Devi

Inspirational

ସ୍ଵପ୍ନ

ସ୍ଵପ୍ନ

1 min
153



ଅନାଥର ତରୁ ଡାଳେ ସ୍ଵପ୍ନ ଆସେ ଗଜୁରି ଗଜୁରି

     ଡେଣା ସବୁ ମେଲି

ଶୋଇଥାନ୍ତା ମା'ର ସେ ଉଷ୍ମ ଆଶ୍ଳେଷରେ

  ଖାଉଥାନ୍ତା ମାଆ ହାତରନ୍ଧା ଭାତ ଆଉ ଡାଲି ।


ସ୍ଵପ୍ନ ଆସେ ପାରିଜାତ ପୁଷ୍ପ ନେଇ ଭିକ୍ଷୁକର ଭଗ୍ନ କୁଟୀରରେ

  ଅତରର ସୁବାସକୁ ନେସି

ପକ୍ଷୀରାଜ ଘୋଡା ସାଥେ ସଇସର ମନ ଆଉ

  ଉଡିବାକୁ ପରୀର ରାଇଜେ ହୋଇ କେତେ ଆଶାର ପିଆସୀ ।


ସ୍ଵପ୍ନ ଆସେ ଗରିବର ଶାଗ ପଖାଳରେ ହେଁସ ଆଉ ତାଟିଆ କଂସାରେ

  କରିବାକୁ ମୂଲ

ତୋଳିବାକୁ ବ୍ୟୋମଛୁଆଁ ସୌଧ

  ସୁନା ଝୁଲଣାରେ ଖେଳିବାକୁ ଝୁଲ୍ ହାତୀ ଝୁଲ ।



ସ୍ଵପ୍ନ ଆସେ ଧନୀକ ମନରେ ଫୁଲିବାକୁ ବେଙ୍ଗଫୁଲା ପରି

 ଗରବର ଏକତ୍ର ଜୁଆରେ

ଆଣିବାକୁ ସାଗର ଗରଭୁ ରତ୍ନ ସବୁ ଖୋଜି ଅଥଳ ଅକୁଳୁ ବୋଇତକୁ ଭରି 

ଉଡୁଥିବା ବିହଙ୍ଗ ଡେଣାରେ ।


ସ୍ଵପ୍ନ ଆସେ ନବ ଯଉବନୀ ତନୁମନ ଲାଜୁଆ ଓଠରେ

  ଶୃଙ୍ଗାରର ମଧୁ ମଧୁମାସ

ପ୍ରେୟସୀର କଥାକୁହା ଆଖି ଧାରେ ଅୟୁତ ଯୁଗର

  ପ୍ରୀତିଭରା ଦଂଶନର ପ୍ରାସ ।


ସ୍ଵପ୍ନ ଆସେ ବୃଦ୍ଧର ସେ ନେନ୍ଧୁଆ ଆଖିରେ ସୁନାପୁଅ ମଧୁର ବଚନ

  ସୁଆଦିଆ ଭାତ ଆଉ ତୁଣ

କମ୍ଵଳର ଉଷ୍ମ ବେହରଣ ,କ୍ଳାନ୍ତଶ୍ରାନ୍ତ ତନୁମନ

  ଲଭିବାକୁ ଚିର ସେ ବିଶ୍ରାମ ।



Rate this content
Log in

Similar oriya poem from Inspirational