Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

4  

Chittaranjan Nanda

Inspirational

ସନ୍ଦେହରେ ଦଳି ଚକଟି ନହୁଅ

ସନ୍ଦେହରେ ଦଳି ଚକଟି ନହୁଅ

1 min
196



ମଣିଷେ ସତ୍ୱ, ରଜ, ତମ, ଅର୍ଥ, କାମ 

ଭରି ରହିଛି

ପ୍ରତ୍ୟେକଂକ ଜୀବନରେ ପରା ସୁଖ ଓ 

ଦୁଃଖ ରହିଅଛି ।


ଅଧିକାଂଶଙ୍କୁ ଦୁନିଆରେ ଜ୍ଞାନ ଥାଇ ଅର୍ଥ

ଅନ୍ଧ କରିଥାଏ 

ଜାଣିଛେ ମଣିଷର ଶ୍ରେଷ୍ଠ ଧନ ଯାହାର

ବିଦ୍ୟା ରହିଥାଏ  ।


ଚଳିବାକୁ, ସଂପର୍କ ସହ ଭରସା ରଖିବ 

ନିଜ ଉପରେ

ମଣିଷ ଭୂଷଣ ସରଳତା, ଉତ୍ସାହ, ଦୃଢ଼ତା

ନିଷ୍କାମତାରେ ।


ଜ୍ଞାନ ବିଦ୍ୟା ଥାଇ ମଧ୍ୟ ମଣିଷ ସନ୍ଦେହରେ

ଅନ୍ଧାରରେ ବୁଲେ

ନିନ୍ଦିତ ଲଜ୍ଜ୍ୟା କର୍ମକୁ ଗର୍ବରେ ଶ୍ରେଷ୍ଠ ବୋଲି

କୁହି ବୁଲେ ।


ସନ୍ଦେହ କିଆଁ ଆସେ ଅନେକ ଥର ମନରେ 

ମୋର ଆସିଛି 

ସନ୍ଦେହରେ ଅନ୍ଧାରର ଗତିକୁ ଦେଖି ମନରେ

ପ୍ରଶ୍ନ ପଚାରିଛି ।


ବର୍ଷ ମାସ ଦିନ ଧରି, ମାଣ ମାଣ ଲୁହେ ଆପତ୍ତି

ଓ ଅଭିଯୋଗ ସବୁ ଶୁଣିଛି

ନିବିଡ ଥିବା ଆତ୍ମୀୟତାର ଅପହଞ୍ଚ ସବୁକୁ 

 କେତେ ଅନୁଭବ କରିଛି ।


ବନ୍ଧୁତା ସଚ୍ଚୋଟ ପ୍ରେମରେ କପଟତା ବଢ଼ିବା

ଉପଲବ୍ଧି କରିଛି 

ଦିନରାତି ନାହିଁ ସନ୍ଦେହରେ, ଜୟ ତ ହୁଏନି, 

ଖାଲି ଦୁଃଖ ତ ବଢ଼ିଛି ।

        

ଜୀବନର ଶ୍ରେଷ୍ଠ ଗୁରୁ, ଜୀବନରେ ବିଭିନ୍ନ ଗୁରୁ 

ଦ୍ୱାରା ପ୍ରାପ୍ତ ଆତ୍ମ ଜ୍ଞାନ 

ଏହା ସନ୍ଦେଶ ନୁହେଁ ମୋର, ଭରସା ରଖ ନିଜ 

ଉପରେ, ସନ୍ଦେହ ନକରି କଟାଅ ଜୀବନ ।


ସକାଳ ସଞ୍ଜର ଜୀବନ ଭିତରେ ସନ୍ଦେହ ସମସ୍ୟା 

ଧସେଇ ପଶି ଥାଏ

ସନ୍ଦେହରେ ଦଳି ଚକଟି ନହୋଇ ବିବେକରେ 

କାମ କଲେ ତାହା ଲିଭି ଯାଏ ।



Rate this content
Log in

Similar oriya poem from Inspirational