Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purna Chandra Meher

Inspirational

4  

Purna Chandra Meher

Inspirational

ପିତା

ପିତା

1 min
244


ଧନ୍ଯ ପିତା ତୁମେ ତୁମରି ଆଶିଷେ 

ମାତୃ ଗର୍ଭେ ଦେଲେ ସ୍ଥାନ 

ତୁମ ଦୟାବଳେ ଭୂମିଷ୍ଠ ହୋଇଣ 

ଦେଖିଲି ସୃଷ୍ଟି ଭିଆଣ ।( ୧ ) 

ପୂରୁବ ଜନମେ କି ଜନ୍ମ ଲଭିଛି 

ମନେ ନାହିଁ ଅତୀତର

ତୁମରି ଔରସୁ ପୁତ୍ର ଜନ୍ମ ହେଲି 

ଧ୍ୟାନେ ଥିବି ନିରନ୍ତର । ( ୨ ) 

ଶାନ୍ତି, ଦୟା, କ୍ଷମା, ଶିକ୍ଷା ଓ ସଂସ୍କାର 

ଭରି ଦେଇଅଛ ମନେ 

ତୁମ ଶିକ୍ଷା ବଳେ ମଧୁ ଭାଷା ଭାସି 

ରହୁ ଥିବି ଜନମନେ । ( ୩ ) 

ଚାରି ତୀର୍ଥ ଧାମ ତୁମରି ଚରଣେ 

ତୀର୍ଥ କରି କିମ୍ପା ଯିବି 

ତୁମରି ଆଶିଷ ନେଇ ଚାଲୁଥିବି ଯେତେକାଳ ବଞ୍ଚିଥିବି ।( ୪ ) 

ମନ ମନ୍ଦିରରେ ହୃଦ ସିଂହାସନେ 

ଭଗବାନ ହୋଇଥାଅ 

ଆଶିଷ ମାଗୁଛି ପିତା ହେ ତୁମକୁ 

ଆଶୀର୍ବାଦ ଢାଳି ଦିଅ । ( ୫ ) 

ଲାଳନେ ପାଳନେ ଯତନେ ଗଢିଛ 

ବାପା ତୁମେ ମହିୟାନ 

ପୁତ୍ର ପାଇଁ ତୁମେ କେଡେ଼ ତ୍ୟାଗୀ ଅଟ 

ଶୁଝି କି ପାରିବି ଋଣ ।( ୬ ) 



రచనకు రేటింగ్ ఇవ్వండి
లాగిన్

More oriya poem from Purna Chandra Meher

ପିତା

ପିତା

1 min చదవండి

Similar oriya poem from Inspirational