Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

ମାଆ ସମ ହେବ କିଏ

ମାଆ ସମ ହେବ କିଏ

1 min
223



ଋତୁ ପରେ ଋତୁ ଆସେ ଧରା ପରେ

    ଋତୁଚକ୍ର ଘୁରୁଥାଏ,

କେବେ ଝାଞ୍ଜି ଦିଏ କେବେ ବର୍ଷି ଯାଏ

    ଶୀତ ପୁଣି ଆସିଥାଏ |

ବର୍ଷାର ପ୍ରକୋପ ଯେବେ ସରିଯାଏ

     ମଉସୁମୀ ଗଲାପରେ,

ଶରତ ଆସଇ କେତେ ସ୍ବପ୍ନ ନେଇ

     ଚାହାଣିରେ ରଙ୍ଗ ଭରେ |

ଆକାଶେ ଭାଷଇ ଧଳା ମେଘ ଖଣ୍ଡ

     ସତେକି ବୋଇତ ଚାଲେ,

ଆକାଶ ନିର୍ମଳ ଫିକା ଫିକା ନୀଳ

     କୁହୁକର ମାୟା ତୋଳେ |

ନଦୀ ପଠା ପରେ ଶ୍ୱେତ ମାୟା ରଚେ

     କାଶତଣ୍ଡୀ ଉଠେ ହସି,

ମନ୍ଦ ସମୀରଣେ ସ୍ୱାଗତ ଜଣାଏ

     ଧୀରେ ନାଚି ହୁଏ ଖୁସି |

ଶରତ ସମୀରେ ପାର୍ବଣ ଯେ ଆସେ

     ବରଷକେ ଥରେ ପୂଜା,

କେତେ ନୂଆ ଆଶା ମନରେ ପିପାସା

     ଧରା ହେବ ସାଜସଜ୍ଜା |

ସରଗ ପୁରରୁ ଦୁର୍ଗତି ନାଶିନୀ

     ଧରାପରେ ଅବତରି,

ସୁଖ ଭରିଦେବେ ଦୁଃଖ ହରିନେବେ

      ଶୁଣି ସଭିଙ୍କ ଗୁହାରୀ |

ପୂଜା ମଣ୍ଡପରେ ଶୋଭା ପାଇବେ ସେ

      ମୃଣ୍ମୟୀ ସିଂହବାହିନୀ,

ଶତ ନଇବେଦ୍ୟ ବାଢିବେ ସନ୍ତାନେ

      ଗ୍ରହିବେ ଦିବ୍ୟା ଜନନୀ |

ଘଣ୍ଟା ଘଣ୍ଟି ବାଜି ଉଠିବ ମଣ୍ଡପେ

       ଶୁଭଶଙ୍ଖ ବାଜୁଥିବ,

ହରିବୋଲ ସଙ୍ଗେ ହୁଳହୁଳି ଶବ୍ଦେ

       ଚାରିଦିଗ କମ୍ପୁଥିବ |

ଶିଶୁମାନେ ବୁଲି ନାଚୁଥିବେ ଖେଳି

       ପାର୍ବଣର ରଙ୍ଗ ଭରେ,

ନୂଆ ପୋଷାକରେ ଟିକି ମନ ପୁରେ

       ମାଆଙ୍କ ଆଶିଷ ଝରେ |

ଧାନକ୍ଷେତେ ବୁଲେ ଚାଷୀଭାଇ ହସି

        ଗର୍ଭ ଧାନେ ପୁରିଲାଣି,

ନୂଆଖିଆ ହେବ ପରବେ ପରବେ

        ଛୋଟ ଧାନ ପାଚିଲାଣି |

ମାଆ ଦୁର୍ଗାଦେବୀ ଢାଳିବେ ଆଶିଷ

        ବିଶ୍ୱ ଜନନୀ ଯେ ସିଏ,

ଦୁଃଖ ଶୋକ ହରି ସୁଖ ଦେବେ ଭରି

        ମାଆ ସମ ହେବ କିଏ ?



Rate this content
Log in

Similar oriya poem from Inspirational