STORYMIRROR

Gangadhar Pradhan

Inspirational

4  

Gangadhar Pradhan

Inspirational

ଆମ ଓଡିଆ ପୁଅ

ଆମ ଓଡିଆ ପୁଅ

1 min
178


ଓଡିଆ ଜାତିର ପୁଅ ଧରମା

ଅଦ୍ଭୁତ ତା କାରିଗରୀ କରମା,

ବାରଶ ବଢେଇ ଜୀବନ ରଖି

ଦେଖାଇଲା ତାର ଗୁଣ ଗାରିମା।।


ଧୀବର ବାଳକ ବାଜି ରାଉତ

ଫଉଜ ଆଗରେ ନୋହିଲା ଭୀତ,

ମାତୃଭୂମି ପାଇଁ ଜୀବନ ଦେଇ

ରଖିଗଲା ଜାତି ମାନ ମହତ।।


ଜ୍ୟୋତିଷ ପୁଅ ପଠାଣି ସାମନ୍ତ

ବାଉଁଶ କାଠିରେ ସରଗ ମାପି,

ଅଜାତିର ଦମ୍ଭ ଦର୍ପ ହାରିଛି

ସିନ୍ଧାନ୍ତ ଦର୍ପଣ ଆଗରେ ଥାପି।।


ଓଡିଶା ମାଟିର ସାଧବ ପୁଅ,

ବାଣିଜ୍ୟ କରିଲା ଜାଭା ବୋର୍ଣ୍ଣିଓ,

ତେର ନଈ ସାତ ଦରିଆ ଡେଇଁ

ଆଣୁଥିଲା ଧନ ଦେଶକୁ ବୋହି।।


ପାଇକ ପୁଅ ଜୟୀ ରାଜଗୁରୁ

ଫିରିଙ୍ଗି ଆଗରେ ଅଚଳ ମେରୁ,

ବକ୍ସି ଜଗବନ୍ଧୁ ସୁରକ୍ଷା ପାଇଁ

ଦେଲା ଜୀବନକୁ ବାଜି ଲଗାଇ।।


ଶପଥ କରିବା ଛାତି ଫୁଲେଇ

ପତିତପାବନ ବାନାକୁ ଚାହିଁ,

ଆମେ ତାଙ୍କ ସବୁ ସନ୍ତାନ ହୋଇ

କେବେ ପଛଘୁଞ୍ଚା ଦେବା ତ ନାହିଁ।।


ପିଲାମାନଙ୍କୁ ମୋ ଏତିକି ଅଳି

ମା' ମାତୃଭୂମିକୁ ଯିବନି ଭୁଲି,

ଆମେ ସବୁ ତାଙ୍କ ଔରସୁ ଜାତ

ରଖିବା ଜାତିର ମାନ ମହତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational