Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangadhar Pradhan

Inspirational

4  

Gangadhar Pradhan

Inspirational

ଗୁରୁଙ୍କ ଚରଣ ପୂଜିବା

ଗୁରୁଙ୍କ ଚରଣ ପୂଜିବା

1 min
163



ଗୁରୁଜୀ ଗୁରୁମା ଆଲୋକର ପଥ

ସର୍ବଦା ଶିଷ୍ୟଙ୍କୁ ଦେଖାନ୍ତି,

ସତକଥା ଆଉ ସତଶିକ୍ଷା ଦେଇ

ଭଲ ହେବା ଗୁଣ ଶିଖାନ୍ତି ।


ଶିଷ୍ୟ ମନ ତଳେ ଟିକେ ଦୁଃଖ ହେଲେ

ଗୁରୁଜୀ ଦିଅନ୍ତି ବୁଝେଇ,

ଗୁରୁଜୀଙ୍କ ଦାନ ଗୁରୁମାଙ୍କ ଋଣ

ହେବ ନାହିଁ କେବେ ଶୁଝେଇ ।


ପିତାମାତା ଭ୍ରାତା ଭଉଣୀଙ୍କ ଠାରୁ

ଗୁରୁଙ୍କ ଆସନ ଉଚ୍ଚରେ,

ଯେତେ ଧନୀ ମାନୀ ହେଲେ ଗୁଣୀ ଜ୍ଞାନୀ

ଶିଷ୍ୟଙ୍କ ଆସନ ନୀଚରେ ।


ଗୁରୁ ଆଶୀର୍ବାଦ ଦୂର କରେ ଖେଦ

ଆନନ୍ଦ ଖେଳାଏ ମନରେ,

ଗୁରୁଙ୍କ ଦକ୍ଷିଣା ହେବ ମଧ୍ୟ ଊଣା

ସାଧାରଣ ଧନ ଦାନରେ ।


ଗୁରୁ ପଦଧ୍ୟାୟୀ ହୋଇବା ବିଜୟୀ

ସଂସାର ସଂଗ୍ରାମ କ୍ଷେତ୍ରରେ,

ଗୁରୁପଦ ଭକ୍ତି ଭରିଦେବ ଶକ୍ତି

ଶିଷ୍ୟ ଜୀବନର ପାତ୍ରରେ ।


ଗୁରୁ ଶିଷ୍ୟ ସ୍ନେହ ସମ୍ପର୍କର ମୋହ

କହିହେବ ନାହିଁ ଭାଷାରେ,

ଗୁରୁଙ୍କ ପାଦରେ ମଥାନତ କର

ଶ୍ରଦ୍ଧା ଓ ଆଶିଷ ଆଶାରେ ।


ଗୁରୁଜୀ ଗୁରୁମା ଚରଣ ପୂଜିବା

ସିଏ ଦେବାଦେବୀ ମୂରତି,

ସିଏ କୃପା କଲେ ଜ୍ଞାନରତ୍ନ ମିଳେ

ବଢେ ଯଶ ଆଉ କୀରତି ।



Rate this content
Log in

Similar oriya poem from Inspirational