STORYMIRROR

Sanjeeb Kumar Nag

Classics

2  

Sanjeeb Kumar Nag

Classics

ମୋ ବାପା ମୋ ଦେବତା

ମୋ ବାପା ମୋ ଦେବତା

1 min
240

ବିଶ୍ବାସ କରେନି ମୁଁ ହାତଗଢା ଦେବାଦେବୀଙ୍କୁ କେମିତି ବା ବିଶ୍ବାସ କରନ୍ତି

ସେମାନଙ୍କ ଅସ୍ତିତ୍ବକୁ ଯୋଉମାନେ ବାଲି ଓ କାଦୁଅରେ ମନୁଷ୍ୟ ଦ୍ୱାରା ଦେହଧାରୀ ହୁଅନ୍ତି

କେମିତି ବା ବିଶ୍ବାସ କରନ୍ତି ସେମାନଙ୍କ ଦୈଵତ୍ୱକୁ ଯୋଉମାନେ

ମଣିଷ ଜୀବନ୍ୟାସ ନଦେଲା ପର୍ଯ୍ୟନ୍ତ ନିର୍ଜୀବ ପ୍ରତିମାଟିଏ ହେଇ ରହିଥାନ୍ତି

ତଥାପି ମୁଁ ନାସ୍ତିକ ନୁହେଁ ମୁଁ ବି ପ୍ରଗାଢ ବିଶ୍ବାସୀ ମୁଁ ବିଶ୍ବାସ କରେ

ସେଇ ମହାନ ଦେବତାଙ୍କୁ ମୁଁ ଭକ୍ତିକରେ ସେଇ ମୋର ସୃଷ୍ଟି କର୍ତ୍ତାଙ୍କୁ

ଯିଏ ମୋ ପାଇଁ ସର୍ବଦା ଚିନ୍ତା କରନ୍ତି ଯିଏ ମୋର ଭବିଷ୍ୟତ ଗଢନ୍ତି

ଯିଏ ମୋର ଅଭାବ ପୂରଣ କରନ୍ତି ଯିଏ ମୋତେ ସୁରକ୍ଷା ଦିଅନ୍ତି

ମୁଁ ପୂଜା କରେ ସେଇ ମୋର ଜନ୍ମଦାତାଙ୍କୁ ମୋର ପିତାଙ୍କୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics